ଜନଶୁଣାଣି ଶିବିର

ନବରଙ୍ଗପୁର: ଡ଼ାବୁଗାଁ  ବ୍ଲକ ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ,ସି ଡି ଓ ,ଜିଲ୍ଲା ପରିଷଦ   ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ,ନବରଙ୍ଗପୁର  ପ୍ରକାଶ ମିଶ୍ର,ବ୍ଲକ୍ ଅଧ୍ୟକ୍ଷ ବୀଣା ମାଝୀ,ବିଡିଓ ଶରତ ମାଝୀଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ  ଉପସ୍ଥିତ ଥିଲେ । ଏହି ଜନ ଶୁଣାଣି ଶିବିରରେ ମୋଟ ୩୩ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ । ସେଥିମଧ୍ୟରୁ ୨୪ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୯ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା । ଏହି ଅବସରରେ ସୁଶାସନ ସପ୍ତାହ ପାଳନ ଉପଲକ୍ଷେ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା ।ସାମାଜିକ ସୁରକ୍ଷା ବିଭାଗ ତରଫରୁ ୮ ଜଣଙ୍କୁ ମଧୁବାବୁ ପେନସନ ଯୋଜନାର ସହାୟତା କାର୍ଡ ଏବଂ ୨ ଜଣଙ୍କୁ ହୂଇଲ ଚେୟାର ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ।