କାର୍ଯ୍ୟକର୍ତ୍ତାଙ୍କ ପାଇଁ ସରକାର : ମନମୋହନ 

    କାର୍ଯ୍ୟକର୍ତ୍ତାଙ୍କ ପାଇଁ ସରକାର : ମନମୋହନ 

ସରକାର ଆଣିବା ଯେତିକି କଷ୍ଟ, ସଂକଳ୍ପ ପୂରଣ ପାଇଁ ସେତିକି କଷ୍ଟ । ଆଗରୁ କହୁଥିଲି, ଏବେ ବି କହୁଛି, ଶୋଇବା ନାହିଁ କି କାହାକୁ ଶୋଇବାକୁ ଦେବା ନାହିଁ , ଏଭଳି କହିଲେ ମନମୋହନ ସାମଲ୍ । ଏ ସରକାର ରାଜ୍ୟରେ ୨୦୩୬ ବି ମସିହା ବି ଦେଖିବ । ରାଜ୍ୟରେ  ବିଜେପି ସରକାର ଲମ୍ବା ସମୟ ଧରି ରହିବ ।   ଆମ ପାଖରେ ଯୋଗ୍ୟ ମୁଖ୍ୟମନ୍ତ୍ରୀ, ଯୋଗ୍ୟ କର୍ମକର୍ତ୍ତା ଅଛନ୍ତି । ସଙ୍ଗଠନକୁ ଶକ୍ତିଶାଳୀ କରିବା , ଆମକୁ କେହି ଛୁଇଁପାରିବେନି । ଦାୟିତ୍ୱ ଛିଣ୍ଡି ଯାଇନି, ଆରମ୍ଭ ହୋଇଛି ଭାବି କାମ କରିବା । ମୁଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତ ଦେଉଛି, ଦଳ ପଛରେ ଠିଆ ହୋଇ ରହିବି । ଅସମ୍ଭବ ବୋଲି କିଛି ଡିକ୍ସିନାରୀରେ ନାହିଁ , ସବୁ କିଛି ସମ୍ଭବ ।