କିମ୍ସରେ ମହିଳାଙ୍କ ଆଣ୍ଠୁ ପ୍ରତିରୋପଣ
ଭୁବନେଶ୍ୱର : କିମ୍ସ ସୁପର ସ୍ପୋଷାଲିଷ୍ଟ ହସ୍ପିଟାଲରେ ୮୭ ବର୍ଷୀୟା ମହିଳାଙ୍କଠାରେ ଉଭୟ ଆଣ୍ଠୁର ସଫଳ ପ୍ରତିରୋପଣ ଅସ୍ତ୍ରୋପ୍ରଚାର କରାଯାଇଛି । ଜଣେ ବୟସ୍କା ମହିଳାଙ୍କ ଦୁଇଟି ଆଣ୍ଠୁର ସମ୍ପୂର୍ଣ୍ଣ ସଫଳ ପ୍ରତିରୋପଣ କରାଯିବା ହେଉଛି ଓଡିଶା ଓ ପୂର୍ବ ଭାରତରେ ପ୍ରଥମ । ମହିଳା ଜଣକ ଗତ ୧୫ବର୍ଷ ଧରି ଗୁରୁତର ଆଣ୍ଠୁ ଗଣ୍ଠି ରୋଗରେ ପୀଡିତ ଥିଲେ ଏବଂ ୫ ବର୍ଷ ଧରି ଶଯ୍ୟାଶାୟୀ ଥିଲେ । ଏଥିପାଇଁ ଅସ୍ତ୍ରୋପ୍ରଚାର କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଥିଲେ ସୁଦ୍ଧା ଅସ୍ତ୍ରୋପ୍ରଚାର ସଫଳ ହେବ କି ନାହିଁ କିମ୍ବା ଆହୁରି ଅକ୍ଷମ ହୋଇଯିବେ, ଏହି ଭୟରେ ସେ ଅସ୍ତ୍ରୋପ୍ରଚାର ପାଇଁ ରାଜି ହେଉନଥିଲେ । କିନ୍ତୁ ତାଙ୍କ ଅବସ୍ଥା ଅତି ଶୋଚନୀୟ ହେବାପରେ ଦୈନନ୍ଦିନ କାର୍ଯ୍ୟ କରିପାରିବେ ବୋଲି ତାଙ୍କ ପରିବାର ଲୋକ ଅନୁଭବ କଲେ । ପରେ ତାଙ୍କୁ କିମ୍ସ ଆଣ୍ଠୁ ଗଣ୍ଠି ପ୍ରତିରୋପଣ ବିଶେଷଜ୍ଞ ଡା ବସନ୍ତ ବେହେରାଙ୍କ ସହ ପରାମର୍ଶ କରିଥିଲେ । ମହିଳାଙ୍କର ବୟସ ଦୃଷ୍ଟିରୁ ଏବଂ ତାଙ୍କର ମଧୁମେହ, ଉଚ୍ଚ ରକ୍ତଚାପ, ହୃଦରୋଗ, ହାଇପୋଥାରଏଡିଜିମ୍ ଆଦି ସ୍ୱାସ୍ଥ୍ୟ ସମସ୍ୟାକୁ ଦେଖି ୩ମାସ ଅନ୍ତରରେ ଦୁଇଟି ପର୍ଯ୍ୟାୟରେ ଅସ୍ତ୍ରୋପ୍ରଚାର କରିବା ପାଇଁ ଡା.ବେହେରା ନିଷ୍ପତ୍ତି ନେଇଥିଲେ । ଗତ ଏପ୍ରିଲ୍ରେ ଡାହଣ ଆଣ୍ଠୁ ଏବଂ ଜୁଲାଇରେ ବାମ ଆଣ୍ଠୁରେ ଅସ୍ତ୍ରୋପ୍ରଚାର କରାଯାଇଥିଲା । ଏଥିରେ ଅତ୍ୟାଧୁନିକ କୌଶଳ ଅବଲମ୍ବନ କରାଯାଇଥିବାରୁ ଯନ୍ତ୍ରଣା ଓ ବିପଦ କମ୍ ରହିଥିଲା । ଅସ୍ତ୍ରୋପ୍ରଚାର ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ମହିଳା ଜଣକ ଯେପରି ଯନ୍ତ୍ରଣା ଅନୁଭବ ନ କରିବେ ସେଥିପାଇଁ ନିଶ୍ଚତକ ବିଶେଷଜ୍ଞ ଡା. ରାଜ ମୋହନ ଓ ତାଙ୍କ ଦଳ ନର୍ଭ ବ୍ଲକ ସହ ମେରୁଦଣ୍ଡ ନିଶ୍ଚତକ ବ୍ୟବହାର କରିଥିଲେ । ପ୍ରତ୍ୟେକ ଅସ୍ତ୍ରୋପ୍ରଚାରର ଦିନକ ପରେ ମହିଳା ଜଣକ ସାହାରା ନେଇ ଚାଲିଥିଲେ । ଶେଷ ଅସ୍ତ୍ରୋପ୍ରଚାରରେ ମାତ୍ର ୫ଦିନ ପରେ କୌଣସି ଜଟିଳତା ନ ଥାଇ ତାଙ୍କୁ ହସ୍ପିଟାଲ୍ରୁ ଡିସ୍ଚାର୍ଜ କରାଯାଇଥିଲା ।