କୁହେଳିକାରେ ନିଟ୍ ଫଳାଫଳ


ଏନଇଟି-ୟୁଜି ପରୀକ୍ଷାରେ ଅନିୟମିତତା ଓ ରେଜଲ୍ଟ ବିଭ୍ରାଟ ସମଗ୍ର ଭାରତରେ ଆଲୋଡ଼ନ ସୃଷ୍ଟି କରିଛି । ଏହାକୁ ନେଇ ଦିନକୁ ଦିନ ନାନା ବିବାଦ ସୃଷ୍ଟି ହେଉଥିବାବେଳେ ଚଳିତ ବର୍ଷ ମେଡ଼ିକାଲ ଓ ଫେଲୋସିପ ପରୀକ୍ଷାରେ ବୈଷୟିକ ତ୍ରୁଟି, ପ୍ରଶ୍ନପତ୍ର ପ୍ରଘଟ ଓ ପ୍ରକ୍ସି ପରୀକ୍ଷାର୍ଥୀ ହାଉଜାଉ ହେବା ସହିତ ଜାଣି ଶୁଣି କେତେ ଜଣଙ୍କୁ ଗ୍ରେସ ମାର୍କ ଦିଆଯିବା ବିଷୟ ପଦାକୁ ଆସିବା ପରେ ଖୋଳତାଡ଼ ଆରମ୍ଭ ହେବା ସହ ଏହା ହଇଚଇ ସୃଷ୍ଟି କରିଛି । ଚଳିତ ୨୦୨୪ରେ ପ୍ରାୟ ୨୪ ଲକ୍ଷ ୬ ହଜାର ୭୯ ପରୀକ୍ଷାର୍ଥୀଙ୍କ ଭିତରୁ ୨୩ ଲକ୍ଷ ୩୩ ହଜାର ୨୯୭ ପରୀକ୍ଷାର୍ଥୀ ୧ ଲକ୍ଷ ୬ ହଜାର ୩୩୩ (ଏମବିବିଏସ) ଓ ୨୬ ହଜାର ୯୪୯ (ବିଡ଼ିଏସ) ସହିତ ଅନ୍ୟାନ୍ୟ ସିଟ ପାଇଁ ପରୀକ୍ଷା ଦେଇଥିବାବେଳେ ଏଥରର ପରୀକ୍ଷାଫଳ ପିଲାମାନଙ୍କ ସହିତ ଅଭିଭାବକ ମାନଙ୍କୁ ମଧ୍ୟ ଚକିତ କରିଦେଇଛି ।
ସୂଚନାଯୋଗ୍ୟ ଗତ ମେ ୫ରେ ୨୪ ଲକ୍ଷ ଛାତ୍ରଛାତ୍ରୀ ଦେଶରେ ୪୭୫୦ ସେଣ୍ଟରରେ ଏନଇଇଟି - ୟୁଜି ପରୀକ୍ଷା ଦେଇଥିଲେ । ୬୭ ଜଣ ପରୀକ୍ଷାର୍ଥୀଙ୍କୁ ସର୍ବୋଚ୍ଚ ନମ୍ବର ଦିଆଯାଇ ର୍ୟାଙ୍କ ୱାନରେ ସ୍ଥାନିତ କରାଯାଇଥିଲା । ହରିୟାଣାର ଗୋଟିଏ ପରୀକ୍ଷା କେନ୍ଦ୍ରର ୬ ଜଣ ପିଲା ସର୍ବୋଚ୍ଚ ନମ୍ବର ରଖିଥିଲେ । କେତେକ ପରୀକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀଙ୍କୁ ଅଧିକ ଗ୍ରେସମାର୍କ ଦିଆଯାଇଥିଲା । ପ୍ରଶ୍ନପତ୍ର ଲିକ ସମେତ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ଦୁର୍ନୀତି ଓ କୁପରିଚାଳନା ସାମ୍ନାକୁ ଆସିବା ପରେ ସାନି ପରୀକ୍ଷା ଦାବିରେ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପରୀକ୍ଷା ଅନିୟମିତାକୁ ବିରୋଧ କରି ବିିଭିନ୍ନ ରାଜ୍ୟରେ ଆନେ୍ଦାଳନ ଜାରି ରହିଛି । ସେହିପରି ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡ଼ିକରେ ଆସିଷ୍ଟାଣ୍ଟ ପ୍ରଫେସର ଏବଂ ଜୁନିୟର ରିସର୍ଚ୍ଚ ଫେଲୋଶିପ ଓ ଆସିଷ୍ଟାଣ୍ଟ ପ୍ରଫେସର ପଦରେ ନିଯୁକ୍ତି ପାଇଁ ୟୁଜିସି-ନେଟ ପରୀକ୍ଷା ଜୁନ ୧୮ରେ ଅନୁଷ୍ଠିତ ହୋଇଥିଲା । ୧୧.୨୧ ଲକ୍ଷରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷା ଦେଇଥିଲେ । ପରୀକ୍ଷାରେ ଦୁର୍ନୀତି ଉପାୟ ଅବଲମ୍ବନ କରାଯାଇଥିବା ଜଣାପଡ଼ିବା ପରେ ୧୯ ତାରିଖରେ ପରୀକ୍ଷାକୁ ଏନଟିଏ ରଦ୍ଦ କରିଦେଇଥିଲା । ସେହିପରି ଜୁଲାଇ ୨୫ ରୁ ୨୭ ମଧ୍ୟରେ ହେବାକୁ ଥିବା ସାଇଣ୍ଟିଫିକ ଆଣ୍ଡ ରିସର୍ଚ୍ଚ ୟୁଜିସିନେଟ ପରୀକ୍ଷାକୁ ଶୁକବାର ରାତିରେ ସ୍ଥଗିତ ରଖାଯାଇଛି । ପରୀକ୍ଷା ସ୍ଥଗିତ ଖବର ପାଇବା ପରେ ଛାତ୍ରଛାତ୍ରୀ ଚିନ୍ତାରେ ପଡ଼ିଛନ୍ତି । କାରଣ ବର୍ତ୍ତମାନ ଏନଟିଏ ପରୀକ୍ଷା ପରିଚାଳନାରେ ଅନିୟମିତତା ଯୋଗୁଁ ଦୁଇ ଦୁଇଟି ପ୍ରବେଶିକା ପରୀକ୍ଷାକୁ ନେଇ ବିବାଦ ଦେଖାଯାଇଛି । ଗତ ମେ ୫ରେ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଉଦ୍ଦିଷ୍ଟ ଏନଇଇଟି ୟୁଜି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଜୁନ ୪ ସାଧାରଣ ନିର୍ବାଚନ ଭୋଟ ଗଣତି ଦିନ ଏନଇଇଟି ୟୁଜି ରେଜଲ୍ଟ ପ୍ରକାଶ ପାଇଥିଲା । ଏହି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ ହୋଇଥିବା ଅଭିଯୋଗ ଆଣି ଛାତ୍ରଛାତ୍ରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗତ ୧୮ରେ ଅନୁଷ୍ଠିତ ୟୁଜିସି ନେଟ ପରୀକ୍ଷାରେ ଅନିୟମିତତା ହୋଇଥିବା ଜାଣି ଦିନକ ପରେ ଶିକ୍ଷା ମନ୍ତ୍ରଣାଳୟ ଏହାକୁ ରଦ୍ଦ କରିଛି । ଏବେ ପୁଣି ଏକ ସର୍ବଭାରତୀୟ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ପିଲାଙ୍କୁ ଏନଟିଏର ଏହି ନିଷ୍ପତ୍ତି ଚିନ୍ତାରେ ପକାଇଦେଇଛି । 
ପ୍ରକାଶ ଥାଉକି ମୋଟ ୨୦୦ ପ୍ରଶ୍ନ ଭିତରୁ ୧୮୦ଟି ପ୍ରଶ୍ନର ଉତ୍ତର ପାଇଁ ପୂର୍ଣ୍ଣସଂଖ୍ୟା ହେଉଛି ୭୨୦ ତେଣୁ ପ୍ରତି ପ୍ରଶ୍ନ ପିଛା ଚାରି ମାର୍କ । ଆଶ୍ଚର୍ଯ୍ୟର ବିଷୟ ଯେ, ଏଥର ୬୭ ଜଣ ପିଲା ୭୨୦/୭୨୦ ରଖି ରେକର୍ଡ଼ ସୃଷ୍ଟି କରିଛନ୍ତି । କେବଳ ଏତିକି ନୁହେଁ, ଏକାଧିକ ପ୍ରଶ୍ନ ଘେରରେ ଜନସାଧାରଣ ଓ ଅଭିଭାବକମାନେ । ଅଳ୍ପ ବହୁତେ ଆମେ ଜାଣିଛେ ନିଟ୍ ଆଶାୟୀମାନେ ତିନି ଚାରି ଥର ଲେଖାଏ ପରୀକ୍ଷା ଦେବାର ଧୈର୍ଯ୍ୟ ବହନ କରନ୍ତି । ୬୦୦ରୁ ଊଦ୍ଧ୍ୱର୍ ମାର୍କ ରଖି ବି ସରକାରୀ କଲେଜରେ ସିଟ ପାଇବା ସହଜ ହେଉନାହିଁ । ସୂଚନାନୁସାରେ, ଏଥର ବହୁ ସଂଖ୍ୟକ ପିଲା ସମାନ ମାର୍କ ରଖିଥିବାରୁ ସରକାରୀ କଲେଜରେ କଟଅଫ ମାର୍କ ସାଧାରଣ ବର୍ଗର ପରୀକ୍ଷାର୍ଥୀ ପାଇଁ ପାଖାପାଖି ୬୫୦ ହେବ ବୋଲି ଆକଳନ କରାଯାଉଛି । ଅର୍ଥାତ୍ ୬୪୦-୬୪୯ ରଖିଥିବା ସାଧାରଣ ବର୍ଗର ପିଲାମାନେ ଡାକ୍ତରୀ ପାଠ ପଢ଼ିବାରୁ ବଞ୍ଚôତ ହୋଇପାରନ୍ତି । ପୁଣି ଏକ ସନେ୍ଦହ ସୃଷ୍ଟି କରୁଛି ୭୧୯, ୭୧୮ ମାର୍କ ଯାହା ନିୟମତଃ ଅସମ୍ଭବ । କାରଣ ଗୋଟ ଉତ୍ତର ଭୁଲ ହେଲେ ୫ ମାର୍କ କଟିଯାଇଥାଏ । କିନ୍ତୁ କିଛି ପିଲା ଏହି ମାର୍କ ରଖିଛନ୍ତି । ପରୀକ୍ଷା ପରି·ଳନାଗତ ବିଳମ୍ବତା ଯଦି ଗ୍ରେସ ଦେବାର ଏକ କାରଣ ହୁଏ, ତେବେ ୨୦୨୦ ଓ ୨୦୨୧ରେ କୋଭିଡ଼ଜନିତ ବିଳମ୍ବତା ପାଇଁ କାହିଁକି ଗ୍ରେସ ଦିଆଗଲା ନାହିଁ? ପୁଣି ଏକ ସନେ୍ଦହ ଗୋଟେ ପ୍ରଶ୍ନକୁ ନେଇ, ଯାହାର ଉତ୍ତର ପୁରୁଣା ଏନସିଇଆରଟି ବହୁ ଅନୁଯାୟୀ ଯାହା ନୂତନ ପାଠ୍ୟ ପ୍ରଣାଳୀ ଅନଯାୟୀ ଭିନ୍ନ ଥିବାରୁ ଦୁଇଟା ଯାକ ଉତ୍ତର ଠିକ, ତେଣୁ ଦୁଇ ପ୍ରକାରର ଚୟନ ପାଇଁ ସମାନ ୪ ମାର୍କ ଦିଆଯିବା କଥା । କିନ୍ତୁ ମାତ୍ର ୪୦ଜଣଙ୍କୁ ଗ୍ରେସ ମାର୍କ କେଉଁ ଆଧାରରେ ସ୍ପଷ୍ଟ କରାଯିବା ଉଚିତ ।
ସେମାନେ ୩-୪ ବର୍ଷ ନିଜ କ୍ୟାରିୟରରୁ ଦେବା ପରେ ବିଫଳତା ସାମ୍ନା କରୁଥିବା ମେଧାବୀମାନେ କରିବେ କ'ଣ? ପୁଣି ସାମାଜିକ ଗଣମାଧ୍ୟମର ଏକ ସୂଚନା ଅନୁଯାୟୀ, ହରିୟାଣାସ୍ଥିତ ଫରିଦାବାଦର ନିର୍ଦ୍ଦିଷ୍ଟ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିବା ୮ଜଣ ପରୀକ୍ଷାର୍ଥୀ ୭୨୦ ମାର୍କ ରଖିଛନ୍ତି । ଏଭଳି ସଂଯୋଗ ଭ୍ରୁକୁଞ୍ଚନ ସୃଷ୍ଟି କରୁନାହିଁକି? ପିଲାଙ୍କ ମେଧା ବୃଦ୍ଧି ପାଉଛି ନା ଆଉ କିଛି କାରଣ ଯାହାପାଇଁ ଏତେ ସନେ୍ଦହ, ଅଭିଯୋଗ ।  ନିଟ୍ ୟୁଜି ୨୦୨୪ ପରି ନିଟ୍ ପିଜି ୨୦୨୪ର ସ୍ଥଗିତ କରାଯିବା ପୁଣି ଥରେ ପ୍ରମାଣ କରେ ଯେ ଏକ କେନ୍ଦ୍ରୀଭୂତ ପରୀକ୍ଷା ବ୍ୟବସ୍ଥା ଦୁର୍ନୀତି ବନ୍ଦ କରିବା ପାଇଁ କେବେ ବି ଏକ ସମାଧାନର ରାସ୍ତା ହୋଇପାରିବ ନାହିଁ । ଏହି ପରିପ୍ରେକ୍ଷୀରେ ଆମେ ସରକାରଙ୍କ ନିକଟରେ ଦାବି କରୁଅଛୁ ଯେ ତୁରନ୍ତ ଏହି ସମସ୍ୟାର ସମାଧାନ କରି ଯଥା ଶୀଘ୍ର ପରବର୍ତ୍ତୀ ପରୀକ୍ଷା ତାରିଖ ଘୋଷଣା କରନ୍ତୁ ଏବଂ ଏହି ଅପ୍ରତ୍ୟାଶିତ ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ସେଥିରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରନ୍ତୁ । ମାର୍କିଂ ପଦ୍ଧତିକୁ କାହିଁକି ପରୀକ୍ଷା ପରେ କ୍ଲିଅର କରାଯାଉନାହିଁ । ଯେତେବେଳେ ପ୍ରଶ୍ନପତ୍ରରେ ତ୍ରୁଟି ପରିଲକ୍ଷିତ ହେଉଛି ସେତିକିବେଳେ ସ୍ପଷ୍ଟୀକରଣ ଦିଆଯାଇ ପିଲାମାନଙ୍କୁ ଆଶ୍ୱସ୍ତ କରାଯାଇପାରନ୍ତା । ଏହା ବିଳମ୍ବରେ ଘଟୁଥିବାରୁ ସବୁରି ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । 
ମୋ : ୯୪୩୮୨୭୬୭୬୦ 
 ଋ-ଜ୍ଞବସକ୍ଷ : ଦ୍ଭବକ୍ସବଚ୍ଚବଦ୍ଭଭସଗ୍ଦଙ୍ଗବକ୍ଷ୦୦୧ଅଶଜ୍ଞବସକ୍ଷ.ମକ୍ଟଜ୍ଞ