ସୁଖଦୁଃଖର ମିଶି୍ରତ ବିଧାନ

କୁହାଯାଏ - ଯାହାର ପୁଅକୁ ସାପ କାମୁଡ଼ିଥାଏ, ତା’ମାଆ ଦଉଡି ଦେଖିଲେ ସାପ ଭାବି ଡରେ । ରାତିରେ ଗଲା ବେଳେ କେତେକ ଲୋକ ବଣବୁଦାକୁ ଭୂତ-ପ୍ରେତ ଭାବି ଭୟ ପାଆନ୍ତି । ଆଉ କେତେକ ଲୋକ ଗାଡ଼ି ମୋଟରରେ ଯାତ୍ରା ବେଳେ ଦୁର୍ଘଟନା ବିଷୟ ଚିନ୍ତା କରନ୍ତି । ଯେଉଁମାନେ ଯେପରି ଭାବନା ବା ବିଚାର କରନ୍ତି, ସେ ପରି କାମ ହୋଇଯାଏ । ଆଜିର ମନୁଷ୍ୟ ଖଟିଆରେ ଶୋଇରହି ଅନେକ କିଛି କଳ୍ପନା କରେ । ସେଥି ମଧ୍ୟରୁ ଅଧିକାଂଶ ଅର୍ଥହୀନ । ମନୁଷ୍ୟର ମାନସିକ କଳ୍ପନା ଅନୁସାରେ ଭୟ ଓ ସନେ୍ଦହ ଜାତ ହୁଏ, ଦୁଃଖ ଜନ୍ମ ନିଏ । କଳ୍ପନା ପ୍ରସୂତ ଦୁଃଖ କେବଳ ଈଶ୍ୱର ବିଶ୍ୱାସ ଦ୍ୱାରା ଦୂର କରିବା ସମ୍ଭବ । ନିୟମିତ ଭଜନ-କୀର୍ତ୍ତନ ସ୍ୱଧ୍ୟାୟ ହିଁ ଏଥିରୁ ମୁକୁଳିବାର ବାଟ । ଏହା ଦ୍ୱାରା ଆତ୍ମାକୁ ଶାନ୍ତି ମିଳିବ ଏବଂ ଦୁଃଖର ବିନାଶ ହେବ । କାଳ୍ପନିକ ଭୟ ଦୂର ହୋଇ ମାନସିକ ଶାନ୍ତି ମିଳିବ । କାଳ୍ପନିକ ଭୟ ଦୂର ହେଲେ ଦୁଃଖ ନାଶ ହୁଏ । ଜୀବ ଭୟମୁକ୍ତ ହୁଏ । ଜୀବନରେ ଦୁଃଖ କଥାଟି ଭାବିଲା ବେଳକୁ ବ୍ୟାସକବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଧାଡ଼ିଟି ମନେପଡ଼ୁଛି - “ପୃଥିବୀ ତ ନୁହଁ ସୁଖମୟ ସ୍ଥାନ, ସୁଖଦୁଃଖ ବି ମିଶି୍ରତ ବିଧିର ବିଧାନ । ନଥାଉ ମୋହର କିଛି ପାର୍ଥିବ ସମ୍ପତ୍ତି, ସ୍ୱର୍ଗୀୟ ପଦାର୍ଥ ଦେଇଛନ୍ତି ବିଶ୍ୱପତି । ଭାସି ଭାସି ଯାଉଥାଏ ଆନନ୍ଦ ସ୍ରୋତରେ, ପାର୍ଥିବ ସମ୍ପତ୍ତି ସୁଖ ଚାହେଁ ନାହିଁ ଥରେ ।’ ଜୀବନ ଅଛି ଅର୍ଥାତ୍ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ପରି ସୁଖଦୁଃଖ । କିନ୍ତୁ ଅଯଥା ଓ ଅନ୍ୟଥା ଭାବେ କଳ୍ପନା ପ୍ରସୂତ ଦୁଃଖକୁ ଚିନ୍ତା କରି ଜୀବନକୁ ଦୁଃଖମୟ କରିବା ବର୍ତ୍ତମାନର ଜୀବନ ପାଇଁ କଷଣ କହିଲେ ଅତୁ୍ୟକ୍ତି ହେବନାହିଁ । କର୍ମମୟ ଜୀବନ ଭିତରେ ମଣିଷ ପ୍ରତିକ୍ଷଣ ଆହ୍ୱାନକୁ ସାମ୍ନା କରିଥାଏ ଏବଂ ସୁଖ ଓ ଦୁଃଖକୁ ସମାନ ଭାବେ ସାମ୍ନା କରି ଏହା ସହ ବଞ୍ଚôବା ହିଁ ଜୀବନ କହିଲେ ଅତୁ୍ୟକ୍ତି ହେବନାହିଁ । ସୁଖ ସୁଧା ଓ ଦୁଃଖର ଆଲୋଚନା ବେଳେ ମନେପଡ଼ୁଛନ୍ତି ପଲ୍ଲୀକବି ନନ୍ଦକିଶୋର ବଳ ତାଙ୍କ କାଳଜୟୀ ଧାଡ଼ିଟି ଉଦ୍ଧୃତ କରୁଛି - “ଆଜି ଯେ ସୁଖ ସୁଧା କରେ ବର୍ଷଣ, କାଲି ସେ ଦୁଃଖ କାଳକୁଟ କାରଣ । ବିକଚ କୁସୁମକୁ କଣ୍ଟକ ସରି, ସୁଖକୁ ଦୁଃଖ ସଦା ଅଛି ଆଦରି ।’
ଦେବଦତ୍ତ ବିଶ୍ୱାଳ
ମୋ : ୯୮୬୧୯୪୪୫୯୪