କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

 ତାଳଚେର:  ତାଳଚେର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଚଳିତବର୍ଷ ୧୦ମଶ୍ରେଣୀ ପରୀକ୍ଷାରେ ଏ ୱାନ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିବା ତାଳଚେର ବ୍ଳକର ୭ଜଣ ଓ କଣିହାଁ ବ୍ଲକର ୪ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ଉଦେ୍ଦଶ୍ୟରେ ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଉପଜିଲ୍ଳାପାଳ ସମୀର କୁମାର ଜେନା, ଡଅଁରା କୋଲୱାସେରୀର ନିଦେ୍ର୍ଦଶକ ରମେଶ ଚନ୍ଦ୍ର ସିଂ, ତହସଲଦାର ଆଲଫ ।ଜେନା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ ବରାଳ, ସହାୟକ ଜିଲ୍ଳାପାଳ ମାନସରଞ୍ଜନ ସେଠ୍ୀ, ତହସିଲଦାର କଣିହାଁ ଚିନ୍ମୟ ଦାସ, ଗୋଷ୍ଠୀ ଶିକ୍ଷାଧିକାରୀ ଖଗେଶ୍ୱର ବେହେରା ଓ ସମସ୍ତ ପ୍ରଶାସନିକ କର୍ମଚାରୀଙ୍କ ଉପସ୍ଥିତିରେ କୃତିତ୍ୱ ଲାଭ କରିଥିବା ୧୧ଜଣ ଛାତ୍ରଛାତ୍ରୀମାନଙ୍କୁ ଅଭିଭାବକ ଓ ସ୍କୁଲ ଶିକ୍ଷକଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଭବିଷ୍ୟତର ଉନ୍ନତି ପାଇଁ ଦିଗଦର୍ଶନ କରାଇଥିଲେ ।