ଫାଇଲେରିଆ ନିରାକରଣ ବୈଠକ : ଆସନ୍ତା ୧୦ରୁ ସାମୂହିକ ବଟିକା ସେବନ
ଯାଜପୁର: ଫାଇଲେରିଆ ରୋଗ ନିରାକରଣ ପାଇଁ ସାମୂହିକ ବଟିକା ସେବନ କାର୍ଯ୍ୟକ୍ରମର ଜିଲାସ୍ତରୀୟ ସମନ୍ୱୟ ବୈଠକ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ବୈଠକରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଏବଂ କାର୍ଯ୍ୟକାରୀ ପରିଚାଳକ ଯୋଗ ଦେଇଥିଲେ । ଡ. ନିଶିଥ ରଞ୍ଜନ ପାଣି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶଦାତା ପୱରିଟଣ୍ଡ ମାଧ୍ୟମରେ ଜିଲ୍ଲାରେ ଫାଇଲେରିଆ ନିରାକରଣ ପାଇଁ ଅଗଷ୍ଟ ୧୦ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସାମୂହିକ ବଟିକା ସେବନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇବା ସହିତ ବିଭିନ୍ନ ବିଭାଗର ସହଯୋଗ ଲୋଡିଥିଲେ । ଜିଲ୍ଲାର କୋରେଇ ବ୍ଲକ, ବରୀ ବ୍ଲକ, ବଡ଼ଚଣା ବ୍ଲକ, ବ୍ୟାସନଗର ପୌର ପରିଷଦ ଏବଂ ଯାଜପୁର ପୌର ପରିଷଦରେ ଆସନ୍ତା ଅଗଷ୍ଟ ୧୦ ତାରିଖରୁ ୧୮ତାରିଖ ପର୍ଯ୍ୟନ୍ତ ଆଶା, ଅଙ୍ଗନବାଡି କର୍ମୀଙ୍କ ପ୍ରଶିକ୍ଷଣ ପାଇଥିବା ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଘରକୁ ଘର ବୁଲି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଔଷଧ ଖୁଆଯିବ । ଜିଲ୍ଲାପାଳ ବ୍ଲକ୍ ଏବଂ ପୌର ପରିଷଦ ଅଞ୍ଚଳରେ ୯୫ ପ୍ରତିଶତ ଲୋକ ଔଷଧ ଖାଇବାକୁ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟ ନିଦେ୍ର୍ଦଶାଳୟର ଯୁଗ୍ମ ନିଦେ୍ର୍ଦଶକ ଡ. ସୁବାଶିସ ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ପ୍ରକାଶ ଚନ୍ଦ୍ର ବଳ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ଦେବରାଜ ହାଁସଦା, ମହାରାଜା ଯଯାତି କେଶରୀ ଚିକିତ୍ସା ମହା ବିଦ୍ୟାଳୟର ଅଧ୍ୟକ୍ଷ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, କାର୍ଯ୍ୟନିର୍ବାହୀ ଅଧିକାରୀ, ଯାଜପୁର, ପୌରପାଳିକା, ଏନ୍ଜିଓ, ଜିଲ୍ଲା ଯୋଗାଣ ଅଧିକାରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଜିଲ୍ଲା କାର୍ଯ୍ୟକ୍ରମ ପ୍ରବନ୍ଧକ ବିଶ୍ୱରଞ୍ଜନ ରଥ ଧନ୍ୟବାଦ ଦେଇଥିବା ବେଳେ, ଜିଲ୍ଲା ଭିବିଡି ପରାମର୍ଶଦାତା ବଳଦେବ ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
