ମହାନଗର ନିଗମର ମହାଦୁର୍ନୀତି : ନିମ୍ନମାନର ସିସି କ୍ୟାମେରା ଏବେ ଅଚଳ

 ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ସିଲକ୍କ ସିଟିରେ ବିଭିନ୍ନ ସ୍ଥାନରେ ବ୍ରହ୍ମପୁର ମହା ନଗର ନିଗମ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସିସି କେମେରା ଲଗାଯାଇଛି । ସହରେ ଦିନକୁ ଦିନ ବଢୁ ଥିବା ଚୋରି ସାଙ୍ଗକୁ ଅପରାଧ ତତ୍ତ୍ୱଙ୍କୁ ଗତି ବିଧି ଉପରେ ନଜର ରଖିବା ପାଇଁ ସିସି କେମେରା ଖଞ୍ଜା ଯାଇଛି । ସହର ସାରା ଲାଗିଥିବା ସିସି କେମେରା ଏବେ ଅଧିକାଂଶ ସ୍ଥାନରେ ଅଚଳ ହୋଇଥିବା ସହର ରେ ଚର୍ଚ୍ଚା ଜୋର ଧରିଛି । ସହରରେ ଲାଗିଥିବା ଅଚଳ ସିସି କେମେରା ଅପରାଧ ତତ୍ତ୍ୱ ମାନଙ୍କ ପାଇଁ ପୁଷ ମାସ ପାଲଟିଛି । ନିମ୍ନ ମାନର ସିସି କେମେରା ଲଗାଇ ଲକ୍ଷ ଲକ୍ଷ ଟଙ୍କା ବାଟମରଣା ହୋଇଥିବା ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି । କେଉଁଠି ସିସି କେମେରା କାର୍ଯ୍ୟକାରି ହେଉଛି ତ କେଉଁଠି ନାହିଁ ସବୁ ଖବର ଅପରାଧିଙ୍କ ପାଖରେ ରହିଥିବା ଯୋଗୁଁ ପୋଲିସକୁ ଅପରାଧ ଘଟିବା ପରେ ଅପରାଧିଙ୍କ ପାଖରେ ପହଁଞ୍ଚିବା କଷ୍ଟ କର ହେଉଥିବା ନେଇ ସାଧାରଣ ରେ ଚର୍ଚ୍ଚାର ବିଷୟ ହୋଇଛି । ସିସି କେମେରା କେଉଁ କ୍ୱାଲିଟିର ସଂଯୋଗ ହୋଇଥିଲା ତାହାର ତଦନ୍ତ କରିଲେ ଏହି ଘୋଟାଲା ର ଗୁମର ଖୋଲିବ ବୋଲି ସାଧାରଣରେ ଦାବି ହେଉଛି । ସହର ସାରା ସିସି ଟିଭି ଲାଗିଛି ଯାହାକି ଧର୍ମକୁ ଆଖିଠାର କହିଲେ କିଛିବି ଭୁଲ ହେବ ନାହିଁ । ଏହି ସିସି ଟିଭି ଦୁର୍ନୀତିର ତଦନ୍ତ ହେବା ନିହାତି ଜରୁରୀ ବୋଲି ସାଧାରଣ ତଥା ବୁଦ୍ଧିଜୀବୀ ଗହଣରେ ଦାବି ହେଉଛି ।