କୃଷ୍ଣସାର ମୃଗ ଓ ମୟୂର ପାଇଁ ପାଣିକୁଣ୍ଡ ସ୍ଥାପନ
ଆସିକା : ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ଅନ୍ତର୍ଗତ ଆସିକା ରେଞ୍ଜ ପକ୍ଷରୁ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ବନକ୍ଷେତ୍ର ଅଞ୍ଚଳରେ ବନ୍ୟଜନ୍ତୁ ମାନଙ୍କ ତୃଷା ନିବାରଣ ନିମନ୍ତେ ଜଳ କୁଣ୍ଡ ସ୍ଥାପନ କରାଯାଇଥିବା ଦେଖିବାକୁ ମିଳିଛି । ଆସିକା ବନାଞ୍ଚଳର ଶେରଗଡ଼, ଧରାକୋଟ, ଷଡ଼ଙ୍ଗୀପଲ୍ଲୀ, ଆସିକା ବନକ୍ଷେତ ମାନଙ୍କରେ ହଜାର ହଜାର ବନ୍ୟଜନ୍ତୁ, ପଶୁ, ପକ୍ଷୀ, ଆଦି ବିଚରଣ କରୁଛନ୍ତି । ଆସିକା ରେଞ୍ଜର ପ୍ରମୋଦ କୁମାର ପଣ୍ଡାଙ୍କ ପ୍ରତୋକ୍ଷ ତତ୍ୱାବଧାନରେ ଜଗତୀପଡିଆର ଚାରିପଟେ ଗଡାଗଡାର ପାଦଦେଶ ମାନଙ୍କରେ, କଣ୍ଟକ୍ଷଖୋଲ ପାହାଡ଼, ଜଙ୍ଗଲ ମାନଙ୍କରେ ମାଛ ଖାଇ, ପାହାଡ଼ ହାତୀମୁଣ୍ଡା, ଜଙ୍ଗଲ ଚେମିଡ଼ିପାହାଡ଼, ପାକିଡ଼ି ପାହାଡ଼ର ବିଭିନ୍ନ ସ୍ଥାନରେ ପ୍ରାୟ ୧୦୦ରୁ ଉର୍ଦ୍ଧ ଜଳ ରହିବା କୁଣ୍ଡ ରଖାଯାଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଯେଭଳି ବନ୍ୟ ଜନ୍ତୁ, ପଶୁ ପକ୍ଷୀ ପାଣି ପାଇଁ ବନେ୍ଦାବସ୍ତ କରିଛି ବନ ବିଭାଗ । ବନ ସୁରକ୍ଷା ସମିତି, ବନ କର୍ମଚାରୀ, ମାନେ ଜଳ କୁଣ୍ଡରେ ପାଣିଭର୍ତି କରି ରଖୁଛନ୍ତି ।