ବଜ୍ରପାତରେ ଚାଷୀ ମୃତ
ାା ପ୍ରଭାନୁ୍ୟଜ୍ ।ା କୋଣାର୍କ : କୋଣାର୍କ ଥାନା ଅବଦାନ ପଞ୍ଚାୟତର କନ୍ତିମଳା ଗ୍ରାମରେ ବଜ୍ରପାତରେ ଜଣେ ଚାଷୀ ମୃତୁ୍ୟବରଣ କରିଛନ୍ତି । ଚାଷୀ ବାଇଧର ବଳ(୫୦) ଗୁରୁବାର ପୂର୍ବାହ୍ନରେ ବିଲରେ ଚାଷ କାମ କରୁଥିବାବେଳେ ବର୍ଷା ଓ ପରେ ବଜ୍ରପାତରେ ବାଇଧର ବିଲରେ ଟଳିପଡ଼ିଥିଲେ । ତାଙ୍କୁ ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଖବରପାଇ କୋଣାର୍କ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ନିମନ୍ତେ ଚାରିଛକ ପଠାଯାଇଥିବା ଆଇଆଇସି ପୂର୍ଣ୍ଣଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି ।