ବ୍ଲକ କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି 

 ନାଉଗାଁ:  ନାଉଗାଁ ବ୍ଲକ କଂଗ୍ରେସ ପକ୍ଷରୁ ସୌମ୍ୟଶ୍ରୀ ବିଶିଙ୍କ ଆତ୍ମାର ସଦ୍ଗତି ନିମନ୍ତେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନରେ ଶ୍ରଦ୍ଧାଞ୍ଜଳି ସଭା ଘୋଡାନ୍ସ ଛକ ଠାରେ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ବିଚିତ୍ରାନନ୍ଦ ଲେଙ୍କାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ପ୍ରଦେଶ ଛାତ୍ର କଂଗ୍ରେସ ଉପସଭାପତି ପ୍ରିତମ ପରିଜା, ଯୁବ ନେତା ମନୋଜ ଦାଶ, ଅଜୟ ବାରିକ, ସୁରେନ୍ଦ୍ର ମହାନ୍ତି, ରବୀନ୍ଦ୍ର ବାରିକ, ରିତେଶ ସାହୁ, ସୁକାନ୍ତ ଗୋଛାୟତ, ବିଜୟ ବେହେରା, କାଳନ୍ଦୀ ବାରିକ, ପ୍ରହଲ୍ଲାଦ ବିଶ୍ୱାଳ, ସୁବ୍ରତ ରାୟ, ପ୍ରଶାନ୍ତ ସ୍ୱାଇଁ, କେଦାର ବିଶ୍ୱାଳ, ଆଲୋକ ପରିଡା, ବେଣୁଧର ମହାନ୍ତି, ବୈରାଗୀ ଦାସ, ଦୁର୍ଗା ପ୍ରସାଦ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ । ଭଉଣୀ ସୌମ୍ୟଶ୍ରୀଙ୍କ ମୃତୁ୍ୟ ପାଇଁ ଦାୟୀ ନର ରାକ୍ଷସ ଙ୍କୁ ଫାଶୀ ନ ମିଳିବା ଯାଏ, ନାରୀଙ୍କୁ ଉଚିତ ସୁରକ୍ଷା ନମିଳିବା ଯାଏ ଯୁବ ଛାତ୍ର କଂଗ୍ରେସ ରାଜ୍ୟ ବ୍ୟାପି ଲଢେଇ ଜାରି ରଖିବ ବୋଲି ଶ୍ରୀ ପରିଜା ଉକ୍ତ ସଭାରେ ଆଲୋକପାତ କରିଥିଲେ ।