ଅସହାୟଙ୍କୁ ଛତା ବଣ୍ଟନ
ବ୍ୟାସନଗର : ସୋମବାର ନବ ଉକôଳ ମହିଳା ସମିତି ପକ୍ଷରୁ ଅସହାୟ ଓ ଅନଗ୍ରସର ଲୋକଙ୍କୁ ଚିହ୍ନଟ କରି ଛତା ବଣ୍ଟନ କରାଯାଇଛି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସମିତି ପକ୍ଷରୁ ଲୋକନାଥ ମନ୍ଦିର ଭଦ୍ରକ ପ୍ରାଙ୍ଗଣରେ ବସିଥିବା ୪୦ଜଣଙ୍କୁ ଛତା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ସମିତିର ସଭାନେତ୍ରୀ ଅମୁଲି ପହି, ଉପସଭାନେତ୍ରୀ ମମତା ବର୍ଦ୍ଧନ, ସଂପାଦିକା ଜୟନ୍ତୀ ଜେନା, ସହ ସଂପାଦିକା ସୁଜାତା ବାରିକ, ସ୍ୱପ୍ନାରାଣୀ ସିଂ, ଭଦ୍ରକର ସୁଲେଖିକା ଝରଣା ପଟ୍ଟନାୟକ, ରାଧାରାଣୀ ମହାପାତ୍ର, ପ୍ରଭାତ ନଳିନୀ ମହାପାତ୍ର ପ୍ରମୁଖ ଯୋଗ ସାମିଲ ହୋଇଥିଲେ ।