କୋଇଲା ଖଣି ଚାଲିବା ନେଇ ରାଜ୍ୟ ପ୍ରଶାସନକୁ ଧନ୍ୟବାଦ ଦେଲା ଏମସିଏଲ
ତାଳଚେର: ଗତ ଚାରି ଦିନ ଧରି ତାଳଚେର କୋଇଲା ଖଣି ଅଞ୍ଚଳରେ ଠିକା ଶ୍ରମିକମାନଙ୍କ ଆନେ୍ଦାଳନ ଯୋଗୁ ଖଣିର କୋଇଲା ଉତ୍ପାଦନ ପରିବହନ ବନ୍ଦ ରହିଥିଲା । ଯାହାକି ଦେଶର ସମସ୍ତ ପାୱାର ସେକ୍ଟରରେ ଶକ୍ତି ସଙ୍କଟ ଦେଖା ଦେଇଥିଲା ଏହି ସଙ୍କଟକୁ ଟାଳିବା ପାଁଇ ରାଜ୍ୟ ପ୍ରଶାସନ ଖଣି ଅଞ୍ଚଳରେ ଏସମା ଲାଗୁ ସହ ଜିଲ୍ଲା ପୋଲିସ ପ୍ରଶାସନକୁ ତୁରନ୍ତ ଖଣି ଚାଲୁ କରିବାକୁ ନିର୍ଦେଶ ଦେଇଥିଲେ । ଜିଲ୍ଲା ପ୍ରଶାସନ ପୋଲିସ ଉପସ୍ଥିତରେ ଖଣି କାର୍ଯ୍ୟ ଚାଲିଥିଲା ଓ ଠିକା ଶ୍ରମିକମାନେ କାର୍ଯ୍ୟରେ ଯୋଗ ଦେଇଥିଲେ ।
ଏଥିପାଇଁ ଏମସିଏଲ ପକ୍ଷରୁ ରାଜ୍ୟ ପ୍ରଶାସନ ଜିଲ୍ଲା ପ୍ରଶାସନ ପୋଲିସ ଗଣମାଧ୍ୟମ ଠିକାଶ୍ରମିକ ମାନଙ୍କୁ ଧନ୍ୟବାଦ ଦେଇଥିଲେ ।