ସେତୁର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ସାଂସଦ ଏବଂ ବିଧାୟକ 

ବୈଶିଙ୍ଗା: ବୈଶିଙ୍ଗା ଥାନା ଅଧୀନ ମେରଦା ଠାରେ ବାଉଁଶ ନଦୀ ଉପରେ ଏକ ସୁଉଚ୍ଚ ସେତୁର ଶିଳାନ୍ୟାସ କଲେ ବାଲେଶ୍ୱର ସାଂସଦ ଏବଂ ବିଧାୟକ । ସୂଚନା ଯୋଗ୍ୟ ବାଉଁଶ ନଦୀ ଉପରେ ଥିବା ପୋଲଟି ବର୍ଷା ହେଲେ ନଦୀର ଜଳର ସ୍ତର ବୃଦ୍ଧି ହେବା ଯୋଗୁଁ ପୋଲ ଟି ବୁଡି ଯାଇଥାଏ ଫଳରେ ଯୋଗାଯୋଗ ବିଛିନ୍ନ ହୋଇଥାଏ  । ଏଠାକାର ଲୋକ ନାହି ନଥିବାର ଅସୁବିଧା ଭୋଗ କରିଥାଆନ୍ତି । ଏହାକୁ ନେଇ ଅନେକ ଥର ସ୍ଥାନୀୟ ଅଞ୍ଚଳର ଗ୍ରାମବାସୀ ସରକାରୀ ବାବୁ ଏବଂ ନେତା ମନ୍ତ୍ରୀଙ୍କ ନିକଟରେ ଦାବି  କରିଆସୁଥିଲେ ସୁଦ୍ଧା ଏହାକୁ ନେଇ କେହି ବି କର୍ଣ୍ଣପାତ କରୁନଥିଲେ । ମାତ୍ର ବଡ଼ସାହି ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ ଏହିଠାରେ ଏକ ସଉଚ୍ଚ ପୋଲ ତିଆରି କରିବା ନେଇ ସ୍ଥାନୀୟ ଜନସାଧାରଣମାନଙ୍କୁ ପ୍ରତିଶୃତି ଦେଇଥିଲେ । ଫଳସ୍ୱରୂପ ସୋମବାର ଅପରାହ୍ନ ସମୟରେ ବାଲେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏବଂ ବଡସାହି ବିଧାୟକ ସନାତନ ବିଜୁଳି ଶତାଧିକ ସ୍ଥାନୀୟ ଜନ ସାଧାରଣ ଏବଂ ବିଜେପି କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏହି ସୁଉଚ୍ଚ ପୋଲର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ଏଥିପାଇଁ ୭୧୫. ୩୮ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିବାର ଜଣାପଡିଛି  । ଏହି ସୁଉଚ୍ଚ ପୋଲ ନିର୍ମାଣ ହେଲେ ବିଶେଷ କରି ଜରକା, ସନ୍ତରା, ପତଡା, ଜୁଗୁପୁରା, ଭିମପୁରା, ବଇଦପୁର, ମରଦା, ଉଣାପୁରା, ସିଙ୍ଗାରପୁରା, ପିଞ୍ଝା ବଣିଆ, ଦୁର୍ଗାପୁର, ପୋଇଶିଳା , ହରିପୁର ଏବଂ ଅଁଳା ଗ୍ରାମର ଲକ୍ଷାଧିକ ଲୋକ ଉପକୃତ ହୋଇ ପାରିବେ  ।  ବିଧାୟକଙ୍କ ଦ୍ୱାରା ନିଆଯାଇଥିବା  ଏହି ପଦକ୍ଷେପ ପାଇଁ ସାରା ଅଞ୍ଚଳବାସୀ ଶୁଭେଛା ପ୍ରଦାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ  ସମ୍ପାଦକ ଜୀବନ ପରିଡ଼ା,  ସର୍ବେଶ୍ୱର ନାୟକ, ରତିକାନ୍ତ ମହାନ୍ତ, ଦିବାକର ଜେନା, ଲକ୍ଷ୍ମୀଧର ଦଣ୍ଡପାଟ, ଚନ୍ଦ୍ରଶେଖର ବେରା, ରାକେଶ ମହାନ୍ତ, ବିକାଶ ଦାସ, ମନୋଜ କୁମାର ପଣ୍ଡା, ସଂଜିବ କୁମାର ଜେନା, ସୁମନ୍ତ ପରିଡ଼ା, ରାକେଶ ମହାନ୍ତି, ଶାନ୍ତନୁ ପଣ୍ଡା, ଅନିଲ ଦାସ, ଅଜୟ ନାୟକ, ପ୍ରଶାନ୍ତ ସାମଲ, ଖଗେଶ୍ୱର ରାଉଳ, ଦିଲ୍ଲୀପ ଦାସ, କୁନା ମହାନ୍ତ, ରଜନୀକାନ୍ତ ମହାରଣାଙ୍କ ସହିତ ଏକାଧିକ ଜନପ୍ରତିନିଧି ଓ ଶତାଧିକ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହିଥିଲେ  ।