କୋଏମ୍ବାଟୁର୍ ଗସ୍ତରେ ଧର୍ମେନ୍ଦ୍ର
କୋଏମ୍ବାଟୁର : ତାମିଲନାଡ଼ୁର କୋଏମ୍ବାଟୁର ଗସ୍ତରେ ଅଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତାକାଲି ଆଇଆଇଟି ପାଲକ୍କଡର ସପ୍ତମ ସମାବର୍ତ୍ତନ ସମାରୋହରେ ସେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ଆଜି ସେ କୋଏମ୍ବାଟୁର ସ୍ଥିତ ଭାରତର ଅଗ୍ରଣୀ ପୋଷାକ ଉତ୍ପାଦନକାରୀ କମ୍ପାନୀ କେପିଆର୍ ମିଲ୍ ପରିଦର୍ଶନ କରିବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏ ଅବସରରେ ସେ କହିଛନ୍ତି କେପିଆର ମିଲ୍ ନବସୃଜନ, ପ୍ରଯୁକ୍ତିବିଦ୍ୟା, ମୂଲ୍ୟବୋଧ, ସାମାଜିକ ଦାୟିତ୍ୱ ଏବଂ ଭବିଷ୍ୟତ-କେନ୍ଦ୍ରିତ ଆଭିମୁଖ୍ୟ ଦ୍ୱାରା ଚାଳିତ ବୟନ କ୍ଷେତ୍ରରେ ଏକ ଅବିଶ୍ୱସନୀୟ ଛାପ ଛାଡିଛି । ମାତୃଶକ୍ତିଙ୍କ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଜରୁରୀ । ଓଡ଼ିଶା ସମେତ ବହୁସଂଖ୍ୟକ ମହିଳାଙ୍କୁ ନିଯୁକ୍ତି ଦେଇ ଏହି କମ୍ପାନୀ ସେମାନଙ୍କୁ ସଶକ୍ତ କରିବାରେ ସହାୟକ ହୋଇଛି । କର୍ମଚାରୀଙ୍କୁ ସଶକ୍ତ କରିବାରେ ଏବଂ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ବଢ଼ାଇବାରେ ବିଶ୍ୱରେ ଏହି କମ୍ପାନୀ ଏକ ଉଦାହରଣ ତିଆରି କରିଛି ବୋଲି କହିଛନ୍ତି । ଗସ୍ତକାଳରେ ଶ୍ରୀ ପ୍ରଧାନ କୋଏମ୍ବାଟୁର ଏବଂ ତିରୁପୁରର ପ୍ରତିଷ୍ଠିତ ଶିକ୍ଷାବିତ୍, ଶିଳ୍ପପତି ଏବଂ ବୁଦ୍ଧିଜୀବୀଙ୍କ ସହ ଶିକ୍ଷା, ଇନୋଭେସନ, ଉତ୍ପାଦନ, ଇଞ୍ଜିନିୟରିଂ ଏବଂ ଉଦ୍ୟୋଗୀ କ୍ଷେତ୍ର ଉପରେ ଥିବା ସମ୍ଭାବନା ଉପରେ ବିସ୍ତୃତ ଆଲୋଚନା କରିଥିଲେ ।