କ୍ଷେତ୍ରୀୟ ମୂର୍ତ୍ତିକଳା ପ୍ରତିଯୋଗିତା ସ୍ୱୟଂଶ୍ରଦ୍ଧା ପ୍ରଥମ
ାା ପ୍ରଭାନୁ୍ୟଜ ।ା ତାଳଚେର/ସାଉଥବଲଣ୍ଡା: ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ସୁଶ୍ରୀ ସ୍ୱୟଂଶ୍ରଦ୍ଧା ବେହେରା କ୍ଷେତ୍ରୀୟ ମୂର୍ତ୍ତିକଳା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ପଶ୍ଚିମବଙ୍ଗର କେସିୟାଡି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଦ୍ୟାଭାରତୀ ପକ୍ଷରୁ କ୍ଷେତ୍ରୀୟ ସଂସ୍କୃତି ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ମହୋତ୍ସବରେ ସିକିମ, ଓଡିଶା, ଆଣ୍ଡାମାନ ଓ ପଶ୍ଚିମବଙ୍ଗରୁ ବହୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏଥିରେ ମୂର୍ତ୍ତି କଳା ପ୍ରତିଯୋଗିତାରେ କଳମଛୁଇଁ ଶିଶୁ ମନ୍ଦିରର ଛାତ୍ରୀ ସୁଶ୍ରୀ ସ୍ୱୟଂଶ୍ରଦ୍ଧା ବେହେରା ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହି ଅବସରରେ ବିଦ୍ୟାଭାରତୀ, ପୂର୍ବକ୍ଷେତ୍ରର ଯୁଗ୍ମ ସଂପାଦକ ହେମନ୍ତ ପାଣିଗ୍ରାହୀ, ପୂର୍ବକ୍ଷେତ୍ର ସଂସ୍କୃତି ବୋଧ ପରିଯୋଜନା ପ୍ରମୁଖ କୈଳାସ ଚନ୍ଦ୍ର ମିଶ୍ର ଓ ପ୍ରାନ୍ତ ସଂସ୍କୃତି ବୋଧ ପରିଯୋଜନା ପ୍ରମୁଖ ଆଶିଷ ରଥ ପ୍ରମୁଖ ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସ୍ୱୟଂଶ୍ରଦ୍ଧାଙ୍କ ଏହି ଅନନ୍ୟ ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀ, ପରିଚାଳନା ସମିତିର ସଭାପତି ଶିକ୍ଷାବିତ୍ ଦୁର୍ଯେ୍ୟାଧନ ସାହୁ, ଉପସଭାପତି ତପନ କୁମାର ସାହୁ, ସମ୍ପାଦକ ବିଭୂତିଭୂଷଣ ସ୍ୱାଇଁ, ଯୁଗ୍ମ ସମ୍ପାଦକ ବିକ୍ରମ ଜେନା, କୋଷାଧ୍ୟକ୍ଷ ପଂଚାନନ ବେହେରାଙ୍କ ସମେତ ସମସ୍ତ ଆଚାର୍ଯ୍ୟ,ଆଚାର୍ଯ୍ୟା ଓ ଛାତ୍ରଛାତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ସେ ଆସନ୍ତା ନଭେମ୍ବର ମାସ ୧୬ ତାରିଖ ଠାରୁ ମଧ୍ୟପ୍ରଦେଶର ଉଜୈନଠାରେ ଅନୁଷ୍ଠିତ ହେବାକୁ ଥିବା ଅଖିଳ ଭାରତୀୟ ସଂସ୍କୃତି ମହୋତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀ ପ୍ରକାଶ କରିଛନ୍ତି ।