ପେଟ୍ରୋଲ ଟାଙ୍କି ଯାଞ୍ଚ କଲେ ବରିଷ୍ଠ ଅଧିକାରୀ


ାା ପ୍ରଭାନୁ୍ୟଜ୍ାା ସାଲେପୁର :  ସାଲେପୁରର ଭାତପଡ଼ା ନିକଟରେ ଥିବା ସାଇ ସମୀକ୍ଷା ଫିଲିଂ ଷ୍ଟେସନ୍ରେ ନାୟରା କମ୍ପାନୀ ବମ୍ବେର ମୁଖ୍ୟ କାର୍ଯ୍ୟାଳୟର ଚିଫ୍ ରିଟେଲ୍ ଅଫିସର ପର୍ଭିନ୍ ବର୍ମା, ହେଡ୍ ଟିଟେଲର ଦୀପକ ଡାଙ୍ଗ, ଜୋନାଲ ହେଡ ଇଷ୍ଟ କୌଶିକ୍ ସେନ୍ଗୁପ୍ତା, ନର୍ଥ ଜୋନାଲ୍ ହେଡ୍ ସଂଜୟ ଲୁଥ୍ରା, ଡିଭିଜିନାଲ ମ୍ୟାନେଜର ସମ୍ବିତ ଲେଙ୍କା, ଏରିଆ ମ୍ୟାନେଜର ପ୍ରାର୍ଥ ଜେନା ପ୍ରମୁଖ ଅଧିକାରୀମାନେ ପରିଦର୍ଶନ କରିଛନ୍ତି । ସେମାନେ ସେଠାରେ ପହଞ୍ଚô ତେଲ ଟାଙ୍କିରେ ପେଟ୍ରୋଲ ଓ ଡିଜେଲ୍ର ମାନପରୀକ୍ଷା କରିବା ସହ ଗ୍ରାହକମାନଙ୍କୁ ଦିଆଯାଉଥିବା ତେଲର ଗୁଣବତ୍ତା ଓ ପରିମାଣକୁ ଯାଞ୍ଚ କରି ସନ୍ତୋଷ ପ୍ରକାଶ କରିଥିଲେ । ସେହିପରି ପେଟ୍ରୋଲ ଟାଙ୍କିରେ ପେଟ୍ରୋଲ ଓ ଡିଜେଲ୍ ପକାଉଥିବା ଗ୍ରାହକମାନଙ୍କ ସହ ସିଧାସଳଖ ଆଲୋଚନା କରି ଗୁଣବତ୍ତା ସଂପର୍କରେ ପଚାରିବୁଝି ସନ୍ତୋଷ ପ୍ରକାଶ କରିଥିଳେ । ତେଲ ଟାଙ୍କିର ପ୍ରୋପାଇଟର ହରିବନ୍ଧୁ ଶତପଥୀଙ୍କୁ ପ୍ରଶଂସା କରିଥିଲେ ।