ଖଣି ଅଞ୍ଚଳରେ ଦବଦବା ଦେଖାଇଲେ ପ୍ରୀତିରଂଜନ

ଯାଜପୁର: ସୁକିନ୍ଦା ବିଜେଡ଼ି ପ୍ରାର୍ଥି ପ୍ରୀତିରଂଜନ ଘଡ଼ାଇ ଖଣିଅଞ୍ଚଳରେ ବିଶାଳ ଶୋଭଯାତ୍ରା କରି ନିଜର ଦବଦବା ଦେଖାଇଛନ୍ତି । ହଜାର ହଜାର ମହିଳା, ପୁରୁଷ ଦଳୀୟ କର୍ମୀ ଟାଟା ମାଇନ୍ସ ହାଟ ପଡିଆରୁ ବିଶାଳ ଶୋଭାଯାତ୍ରାରେ ବାହାରି କାଳିଆପାଣି, କଅଁସ, ଚିଙ୍ଗୁଡ଼ିପାଳ, ରାଁସୋଳ, କାଙ୍କଡପାଳ, କୁହିକା ଓ ପିମ୍ପୁଡିଆ ପଞ୍ଚାୟତ ପରିକ୍ରମା କରିଥିଲେ । ପ୍ରୀତିରଞ୍ଜନ ପଞ୍ଚାୟତର ଜନସାଧାରଣଙ୍କୁ ଭେଟି ଭୋଟ ଭିକ୍ଷା କରିଥିଲେ । ବିଭିନ୍ନ ଛକ ମାନଙ୍କରେ ପ୍ରୀତିରଞ୍ଜନଙ୍କୁ ଲୋକମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିବା ଦେଖିବାକୁ ମିଳିଛି । 
ଏହି ଅବସରରେ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭାରେ ପ୍ରୀତିରଞ୍ଜନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଉପରେ ଆଲୋକପାତ କରିଥିଲେ । କେବଳ ନିର୍ବାଚନ ସମୟରେ କେନ୍ଦ୍ର ନେତାଙ୍କର ଓଡ଼ିଶା କଥା ମନେ ପଡେ, ତା ପରେ ସେମାନେ ସବୁ ଭୁଲି ଯାଆନ୍ତି ବୋଲି ମତବ୍ୟକ୍ତ କରିଥିଲେ ।୧୦ବର୍ଷ ମଧ୍ୟରେ ଗୋଟିଏ ବି ପ୍ରତିଶ୍ରୁତି ପାଳନ କରିନଥିବା ବିଜେପି ଏବେ ଓଡ଼ିଶାକୁ ୧ ନମ୍ବର କରିବାକୁ କହୁଛି । କେନ୍ଦ୍ରମନ୍ତ୍ରୀ  ମିଛ କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ନବୀନ ବାବୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜରିଆରେ ବର୍ଷକୁ ୧୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ଦେଲେ । ମିଶନ ଶକ୍ତି, ବିଏସକେ ୱାଇ,ମମତା,ଲକ୍ଷ୍ମୀ ବସ,ନୂଆ ଓ ସ୍କଲାରସିପ,କାଳିଆ,ମଧୁବାବୁ ପେନସନ,୫-ଟି ସ୍କୁଲ ଘର ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା କରିବେ ବୋଲି କହୁଛନ୍ତି, ୧୦ ବର୍ଷ କାଳ କ୍ଷମତାରେ ଥିବା ବେଳେ ଚାଷୀଙ୍କ କଥା ଭାବିଲେ ନାହିଁ । ପ୍ରତ୍ୟେକ ଧର୍ମାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ନବୀନଙ୍କ ରୂପାନ୍ତକରଣ କାର୍ଯ୍ୟକ୍ରମ ଜନସାଧାରଣଙ୍କୁ ବିଶେଷ ଆକୃଷ୍ଟ କରିଥିବା କହିଥିଲେ ।ମହିଳା ଓ ଯୁବ ଗୋଷ୍ଠୀ ପାଇଁ ନବୀନ ବାବୁ ସମର୍ପିତ ବୋଲି କହି ଯୁବକ ମାନଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ବଜେଟ୍,୨ ଲକ୍ଷ ଯୁବକ ଙ୍କୁ ନିଯୁକ୍ତି ଦିଆଯିବ ବୋଲି ଇସ୍ତାହାର ପ୍ରକାଶ ପାଇଛି ଏବଂ ମହିଳା ମାନଙ୍କୁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ଋଣ,୪୦ ହଜାର ମହିଳାଙ୍କୁ ସ୍କୁଟି ଦିଆଯାଇଛି ବୋଲି ମତବ୍ୟକ୍ତ କରିଥିଲେ । ସୁକିନ୍ଦାର ଦୃତ ବିକାଶ ସହ ବିକଶିତ ଓଡ଼ିଶା ଗଢି ତୋଳିବା ପାଇଁ ଡବଲ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ । ଏହି ଶୋଭାଯାତ୍ରାରେ ଶ୍ରମିକ ନେତା ନାରାୟଣ ଚନ୍ଦ୍ର ଧିର ସୁକିନ୍ଦା ବିଜେଡି ସଭାପତି ବିବେକାନନ୍ଦ ବୋଷ,ପୂର୍ବତନ ବ୍ଲକ ଅଧକ୍ଷା ଭଗବତୀ ମହାନ୍ତ, ଜÿିଲ୍ଲାପରିଷଦ ସଭ୍ୟା ଜେମା ଚାଖି, ବିଦ୍ୟାଧର ପାତ୍ର, ପ୍ରାଣକୃଷ୍ଣ ମହାନ୍ତ, ଭାରତ ଚନ୍ଦ୍ର ମହାନ୍ତ ପ୍ରଭାତ ରଞ୍ଜନ ପ୍ରଧାନ, ପାର୍ଥ ସାରଥି ମୁଦୁଲି, ଏସ କେ ନିହାଲୁଦ୍ଦିନଙ୍କ ସମେତ ସମସ୍ତ ପଞ୍ଚାୟତର ଦଳୀୟ କର୍ମୀ ମାନେ ଯୋଗଦେଇଥିଲେ  ।