‘ସୂର୍ଯ୍ୟାସ୍ତ’ପତ୍ରିକାର ବାର୍ଷିକୋତ୍ସବ
ଧର୍ମଶାଳା: ମାସିକ ପତ୍ରିକା ସୂର୍ଯ୍ୟାସ୍ତ ଓ ଡିଜିଟାଲ ନିୟୁଜ ଚ୍ୟାନେଲର ୧୯ତମ ବାର୍ଷିକ ଉତ୍ସବ ଧର୍ମଶାଳା ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ବିଜୟ କୁମାର ଶତପଥୀ ଏହାକୁ ଉଦଘାଟନ କରିଥିଲେ । ଅତିଥି ଭାବରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଚିତରଞ୍ଜନ ମହାନ୍ତି, ପ୍ରାକ୍ତନ ଅଧ୍ୟକ୍ଷ କୁଶଧର ପଣ୍ଡା ଯୋଗ ଦେଇଥିଲେ । ଏଥିରେ ସମାଜସେବୀ ଶଶୀଭୂଷଣ ଦ୍ୱାରୀ, ଗଣେଶ୍ୱର ବେହେରା ଓ ଡକ୍ଟର ସ୍ୱର୍ଣ୍ଣପ୍ରଭା ଖଟୁଆଙ୍କ ସଂଯୋଜନାରେ କବିତା ପାଠ ଉତ୍ସବରେ ବହୁ କବି କବିତା ପାଠ କରିଥିଲେ । ସୂର୍ଯ୍ୟାସ୍ତ ସମ୍ପାଦକ ବିବେକାନନ୍ଦ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଦିତୀୟ ଅଧିବେଶନରେ ଅତିଥି ଭାବେ ଶିକ୍ଷାବିତ୍ ଶଶଧର ପଣ୍ଡା ଯୋଗ ଦେଇଥିଲେ । ଓଡ଼ିଆ ଭାଷା ପ୍ରତିଷ୍ଠାନ ପ୍ରାକ୍ତନ ନିଦେ୍ର୍ଦଶକ ହରିହର କାନୁନୁଗୋ, ଓଡିÿଶା ହାଇକୋର୍ଟର ଅବସରପ୍ରାପ୍ତ ଅଧିକ୍ଷକ କେଶବ ଚନ୍ଦ୍ର ରାଉତ ଯୋଗ ଦେଇ ସୂର୍ଯ୍ୟାସ୍ତ ଖବର କାଗଜକୁ ଲୋକାର୍ପଣ କରିଥିଲେ । ସୂର୍ଯ୍ୟାସ୍ତ ବାର୍ତା ସମ୍ପାଦକ ସସ୍ମିତା ଦାଶ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ, ଡ. ପ୍ରଶାନ୍ତ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭକରିଥିବା ୧୨ଜଣଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ କମିଟି ସମ୍ପାଦକ ଆଦିତ୍ୟ ମାହୁନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।