ଜିଲ୍ଲା ଯୁବ ମହୋତ୍ସବ ଉଦ୍ୟାପିତ

 ବ୍ୟାସନଗର: ଦୁର୍ଯେ୍ୟାଧନ ରାଉତ ଫାଉଣ୍ଡେସନ୍ ଆନୁକୁଲ୍ୟରେ ଯାଜପୁର ଜିଲା ମହୋତ୍ସବ ସ୍ଥାନୀୟ ଏନ୍ସି ହାଇସ୍କୁଲ ପଡ଼ିଆରେ ଉଦଯାପିତ ହୋଇଯାଇଛି । ସଭାପତି ଡ଼ଃ ଦୁଷ୍ମନ୍ତ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଅତିଥିଭାବେ  ବିଧାୟକ ଆକାଶ ଦାସ ନାୟକ ଯୋଗ ଦେଇଥିଲେ । କୋରେଇ କଲେଜ ଅଧ୍ୟାପକ ବିରଂଚି ନାରାୟଣ ଦାସ, ସମାଜସେବୀ ନରେଶ ମସ୍କରା  ଅତିଥି ଭାବେ ଯୋଗଦେବା ସହ ତାଙ୍କୁ ସମାଜସେବୀ ଭାବେ ସମ୍ଭର୍ଦ୍ଧିତ କରାଯାଇଥିଲା । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ୟାମସୁନ୍ଦର ପଣ୍ଡାଙ୍କ ଲିଖିତ ଶିଶୁ କବିତା "ଆମେ ସବୁ ଟିକିପିଲା"ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଜନସମ୍ପର୍କ ସମ୍ପାଦକ ଅକ୍ଷୟ କୁମାର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ସାଂସ୍କୃତିକ ବିଭାଗରେ ଯାଜପୁର ପୈାରପାଳିକା ପ୍ରଥମ, ବିଞ୍ଝାରପୁର ବ୍ଲକ୍ ୨ୟ, ସୁକିନ୍ଦା ବ୍ଲକ ଓ ବ୍ୟାସନଗର ପୌରପାଳିକା୩ୟ ସ୍ଥାନ ଅଧିକାର କରିଥିଲେ । ଫୁଟବଲ ଖେଳରେ ଧର୍ମଶାଳା ବ୍ଲକ ଚମ୍ପିୟାନ ହେଇଥିଲା ବେଳେ ସୁକିନ୍ଦା ବ୍ଲକର ଶିବ ସୁନ୍ଦର ଫୁଟବଲ କ୍ଲବ୍ ରନର୍ସ ଅପ୍ ହୋଇଥିଲା । ଭଲିବଲରେ କୋରେଇ ବ୍ଲକର ନଗୁଆଁ ଚମ୍ପିୟାନ ହେଇଥିଲା ବେଳେ ରସୁଲପୁର ବ୍ଲକର ମୁଗପାଳ ରନର୍ସ ଅପ୍ ହୋଇଥିଲା । କବାଡିରେ ଯାଜପୁର କବାଡି ଆସୋସିଏସନ୍ ଖଣ୍ଡିତର ଚମ୍ପିୟାନ ହେଇଥିଲା ବେଳେ ଯାଜପୁର ବ୍ଲକର ବେରୁଦା ରନର୍ସ ଅପ୍ ହୋଇଥିଲା ।,କାକା ଫାଉଣ୍ଡେସନ, ରାଜେନ୍ଦ୍ର ବିଶ୍ୱାଳ, ଅଜୟ ପଣ୍ଡା, ଅଚୁ୍ୟତାନନ୍ଦ ଦାସ, ଦିନେଶ ମସକରା, କାହ୍ନୁଚରଣ ନାଥ ଓ ମହାମାୟା ପ୍ରତାପ ସ୍ୱାଇଁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ଉପ ସଭାପତି ବିଭୁତି ଭୁଷଣ ପାଳ ଧନ୍ୟବାଦ ଅର୍ପଣ କରିଥିଲେ ।