ଚୋର ଆତଙ୍କ; ସନ୍ଧ୍ୟା ବେଳୁ ଠେଙ୍ଗା ଧରି ଜଗିଲେ ଲୋକେ 

 ବିଞ୍ଝାରପୁର : ସନ୍ଧ୍ୟା ହେଲେ ବଢୁଛି କୋକୁଆ ଭୟ । ଅଂଚଳରେ ମାତିଛନ୍ତି ଚୋର । ସନ୍ଧ୍ୟା ହେଲେ ଠେଙ୍ଗା ଧରି ରାସ୍ତାରେ ଜଗିଲେଣି ଲୋକ । କିଛି ଦିନ ପରେ ଆଳକୁଣ୍ଡ ଥାନା ଅଂଚଳ ପଇରଖ ଗାଁରେ ଦୁଇ ଦୁଇଟି ପରିବାରରେ କଳା କନା ବୁଲାଇ ଦେଇଛନ୍ତି ଏହି ଚୋର ଗ୍ୟାଙ୍ଗ । ପୁଲିସ ବି ଏହାର ଟେର ପାଉନଥିବା ବେଳେ ଆଜି ସନ୍ଧ୍ୟାରେ ବିଞ୍ଝାରପୁର ଅଂଚଳ ମଇନ୍ଦା ଲେଙ୍କା ସାହି ଅଂଚଳରେ କୁଆଡେ ଅନ୍ଧାର ବିଲରେ ଚୋର ବୁଲୁଥିବା ଗାଁ ଲୋକ ଦେଖି ଠେଙ୍ଗା ବାଡି ଧରି ଦୌଡୁ ଥିବା ଦେଖିବାକୁ ମିଳିଛି । ସେହିପରି ମଙ୍ଗଳପୁର ଥାନା ଅଧୀନ ଚାସାଖଣ୍ଡ ଗାଁର ଏକ ପରିବାରକୁ ବନ୍ଧୁକ ଦେଖାଇ ପୁରା କଳା କନା ବୁଲାଇ ଦେଇ ଆତଙ୍କ ଖେଳାଇ ଥିବା ପ୍ରଭାବ ବିଞ୍ଝାରପୁର ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି । ପୁଲିସ ଟେର ନପାଇବାରୁ ଶେଷରେ ଲୋକ ସନ୍ଧ୍ୟା ହେଲେ କିଳା ଧରି ଚୋର ଜଗିବା ଘଟଣା ଆଲୋଚନାର ବିଷୟ ହୋଇଛି । ଏଣୁ ଏଠି ପ୍ରଶ୍ନ ଉଠୁଛି ପୁଲିସ ଉପରୁ ଲୋକଙ୍କ ଭରସା ଉଠିଗଲାଣି କି? । ପୁଲିିସ ଅପରାଧକୁ ରୋକିବା ଦିଗରେ ବିଫଳ କି ଏଭଳି ଚର୍ଚ୍ଚା ଲୋକେ ଠେଙ୍ଗା ଧରି ରାସ୍ତା ଜଗିବା ଘଟଣା ଦର୍ଶାଉଛି ।