ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ
ଦାନଗଦୀ: କଳିଙ୍ଗନଗର ଥାନା ଅଞ୍ଚଳର ଜନୈକା ନାବାଳିକାକୁ ଅପହରଣ କରିଥିବା ଅଭିଯୋଗରେ ପୁଲିସ ଅଭିଯୁକ୍ତ ଯୁବକ ଜେନାପୁର ଥାନା କନ୍ତାପାଟଣା ଗ୍ରାମ ଅନିଲ ସାହୁ(୨୨)କୁ ଗିରଫ କରି କୋର୍ଟ ଚାଲାଣ କରିଛି । କଳିଙ୍ଗନଗର ଥାନା ଅନ୍ତର୍ଗତ ରଗଡ଼ି ଅଞ୍ଚଳର ଜନୈକା ନାବାଳିକାକୁ ଜେନାପୁର କଣ୍ଟାପାଟଣା ଗ୍ରାମ ଭରତ ସାହୁଙ୍କ ପୁଅ ଅନିଲ ଗତ ସେପ୍େଟମ୍ବର ୧୮ତାରିଖରେ ଅପହରଣ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ପୁଲିସ ୨୨୯/୨୦୨୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଗତ ବୁଧବାର ପୁଲିସ ନାବାଳିକାକୁ ଧାନମଣ୍ଡଳ ଫାଣ୍ଡି ଅଞ୍ଚଳରୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଅନିଲକୁ ଗିରଫ କରିଥିଲା । ଗୁରୁବାର ଉଭୟଙ୍କର ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରୀ ମଇନା କରିବା ପରେ ନାବାଳିକାକୁ ପରିବାର ଜିମା ଦେଇ ଅପହରଣ କାରୀ ଅନିଲକୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି ।