ଖଣି କର୍ମଚାରୀଙ୍କ ଆତ୍ମହତ୍ୟା 

 ତାଳଚେର:  ତାଳଚେର କୋଲିୟରୀ ଥାନା ବଲଣ୍ଡାଫାଣ୍ଡି ଅନ୍ତର୍ଗତ ଜଗନ୍ନାଥ କଲୋନୀର କ୍ୱାଟର୍ସ ନଂ ଜେଏମକୁ୍ୟ ୩୨ରେ ରହି ଆସୁଥିବା ଖଣି କର୍ମଚାରୀ ପ୍ରଫୁଲ ବେହେରା (୫୭) କୌଣସି କାରଣରୁ ନିଜ ଶୋଇବା ଘର ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସେ ଦୀର୍ଘବର୍ଷ ହେବ ଅନନ୍ତ ପ୍ରୋଜେକ୍ଟ ଅଫିସ୍ରେ ମୁଖ୍ୟ କିରାଣୀ ଭାବେ କାର୍ଯ୍ୟଭାର ତୁଲାଇ ଆସୁଥିଲେ । ତେବେ ତାଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ତାଙ୍କ ପ୍ରକୃତ ଘର ତାଳଚେର ବ୍ଲକ ଡ଼ଅଁରା ପଞ୍ଚାୟତ ଅନ୍ତର୍ଗତ ଜାମ୍ବୁବାହାଳି ଗ୍ରାମରେ ହୋଇଥିବାରୁ ଶବ ବ୍ୟବଚ୍ଛେଦ ପରେ ତାଙ୍କ ଗ୍ରାମ୍ୟ ଶ୍ମଶାନରେ ଶବ ସକ୍ରାର କରାଯାଇଥିବା ପରିବାର ସୂତ୍ରରୁ ଜଣାପଡ଼ିଛି । ସେ ଜଣେ ମେଳାପୀ, ପରୋପକାରୀ, ମିଷ୍ଠଭାଷୀ, ସହୃଦୟ ବ୍ୟକ୍ତିଥିଲେ ।  ତାଙ୍କ ଅକାଳ ବିୟୋଗରେ କୋଇଲା ଖଣି କର୍ମଚାରୀଙ୍କ ମହଲରେ ଶୋକର ଛାୟା ଖେଳାଇ ଦେଇଛି ।