ଡିଏଭିରେ ପୁସ୍ତକ ମେଳା 

 ତାଳଚେର : ଏମସିଏଲ ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଡିଏଭି ପବ୍ଲିକ୍ ସ୍କୁଲ ଅନନ୍ତ ବିହାର ପରିସରରେ ପୁସ୍ତକ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଏମସିଏଲ ଜଗନ୍ନାଥ କ୍ଷେତ୍ରର ଏଏଫ୍ଏମ୍ ପ୍ରଦୀପ କୁମାର ସାହୁ ଏବଂ ଷ୍ଟାଫ୍ ଅଫିସର (ଏଲଆଣ୍ଡଆର) ନିରାକାର ଶତପଥୀ ଯୋଗଦାନ କରି ପ୍ରଦୀପ ପ୍ରଜ୍ୱ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ତଥା ଡିଏଭି ସ୍କୁଲ ସମୂହର ଆଞ୍ଚଳିକ ସହ ଅଧିକାରିଣୀ ଜ୍ୟୋତି ମିଶ୍ରଙ୍କ ଉଦ୍ୟମରେ ଏହି ପୁସ୍ତକ ମେଳାର ଆୟୋଜନ କରାଯାଇଥିଲା । ବିଦ୍ୟାଳୟରେ ଦ୍ୱିତୀୟ ଥର ପାଇଁ ଆୟୋଜିତ ଏହି ପୁସ୍ତକ ମେଳାରୁ ପୁସ୍ତକ କ୍ରୟ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଆୟୋଜିତ ପୁସ୍ତକ ମେଳାକୁ ଡିଏଭି ପବ୍ଲିକ ସ୍କୁଲ, ଜଗନ୍ନାଥ କ୍ଷେତ୍ରର ଅଧ୍ୟକ୍ଷା ଶୁକ୍ଳା ଚକ୍ରବର୍ତ୍ତୀ ଏବଂ ଡିଏଭି ପବ୍ଲିକ ସ୍କୁଲ, ଲିଙ୍ଗରାଜ କ୍ଷେତ୍ରର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ପୃଷ୍ଟି ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଡ଼କ୍ଟର ଅନ୍ତର୍ଯ୍ୟାମୀ ସାହୁ, ଅଞ୍ଜନ ମୁଦୁଲି, କରୁଣାକର ସାହୁ, ସୀମାଂଚଳ ପତି, ଶିକ୍ଷୟିତ୍ରୀ ବିଶ୍ୱ ବିଜୟିନୀ ରାମନନ୍ଦିନୀ, ଶିକ୍ଷକ ଧିରେନ୍ କୁମାର ପ୍ରଧାନ,ସଂପଦ ଜେନା, ସୁଧାଂଶୁ ସ୍ୱାଇଁ, ସବ୍ୟସାଚୀ ପ୍ରଧାନ, ମହେନ୍ଦ୍ର ବେହେରା, ରୀତାରାଣୀ ତ୍ରିପାଠୀ, ଜ୍ୟୋତି ଜିନ୍ଦଲ, ସୁସ୍ମିତା ବାରିକ,ରଞ୍ଜନ ସାମଲ, ନିରଞ୍ଜନ ସାହୁ, ରବି ନାରାୟଣ ପଣ୍ଡାଙ୍କ ସମେତ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଏବଂ କର୍ମଚାରୀ ସହଯୋଗ କରିଥିଲେ ।