ଖଣି ବାବୁଙ୍କ ଟଙ୍କା ଖଣି
- ନଗଦ ୪ କୋଟି ଜବତ
- ଭିଜିଲାନ୍ସ ଇତିହାସରେ ପ୍ରଥମ
- ୩୦୫ ଗ୍ରାମ ସୁନା ବି ଜବତ
- ୮ ହଜାରରେ ଚାକିରି ଆରମ୍ଭ
କଟକ/ଭୁବନେଶ୍ୱର : ଖଣି ଅଧିକାରୀଙ୍କ ଘରୁ ମିଳିଛି ଏକପ୍ରକାର ଟଙ୍କାର ଖଣି । ଓଡିଶା ଭିଜିଲାନ୍ସ ଇତିହାସରେ ଏକକାଳୀନ ସର୍ବାଧିକ ଟଙ୍କା ଜବତ ହେବାରେ ମଧ୍ୟ ରେକର୍ଡ । ଆଖି ଝଲସିଗଲା ଭଳି ଜବତ ହୋଇଛି ନଗଦ ଟଙ୍କା । କୋଟିଏ କି ଅଧ କୋଟି ନୁହେଁ, ଖଣି ବିଭାଗର କଟକ ସର୍କଲ ଉପ ନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରୁ ମିଳିଛି ୪ କୋଟିରୁ ଅଧିକ ନଗଦ ଟଙ୍କା୍ । ଟଙ୍କାର ପାହାଡ ଦେଖି ତାଜୁବ ଭିଜିଲାନ୍ସ । ଗଣି ଗଣି ହାଲିଆ ଭିଜିଲାନ୍ସ ଅଧିକାରୀ । ଭିଜିଲାନ୍ସ ବିଭାଗର ସୂଚନା ଅନୁସାରେ ଚଢ଼ାଉ ବେଳେ ଶ୍ରୀ ମହାନ୍ତିଙ୍କ ପଟିଆ ସ୍ଥିତ ଫ୍ଲାଟରୁ ଏକ ଟ୍ରଲି ବ୍ୟାଗ ଓ ଆଲମିରାରେ ଲୁଚାଇ ରଖାଯାଇଥିବା ୪କୋଟିରୁ ଅଧିକ ଟଙ୍କା ଜବତ ହୋଇଛି ।
ଏଥିସହ ତାଙ୍କ ଅଫିସ୍ ଡ୍ରୟରରୁ ୧ ଲକ୍ଷ ୨୦ ହଜାର ଟଙ୍କା ଜବତ ହୋଇଛି । ଖାଲି ଟଙ୍କା ନୁହେଁ, ବିପୁଳ ସୁନା ମଧ୍ୟ ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ପାଖାପାଖି ୩୦୫ ଗ୍ରାମ୍ ସୁନା ଓ ୬ଶହ ଗ୍ରାମ ରୁପା ଅଳଙ୍କାର ମିଳିଛି ବାବୁଙ୍କ ଘରୁ । ଏବେବି ବାବୁଙ୍କ ସମ୍ପୂର୍ଣ୍ଣ ସମ୍ପତ୍ତିର ଆକଳନ କରୁଛି ଭିଜିଲାନ୍ସ । ବିଭିନ୍ନ ସ୍ଥାନରେ ରେଡ୍ ଚାଲିଥିବାରୁ ଆହୁରି ଲକ୍ଷ ଲକ୍ଷ ଟଙ୍କା ଜବତ ହୋଇପାରେ । ଜଣେ ବ୍ୟବସାୟୀଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ । ଜଣେ ଲାଇସେନ୍ସ ପ୍ରାପ୍ତ କୋଇଲା ବ୍ୟବସାୟୀଙ୍କ କାରବାରରେ ସହାୟତା ପାଇଁ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ୩୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ । ଏନେଇ ବ୍ୟବସାୟୀ ଭିଜିଲାନ୍ସକୁ ଜଣାଇବା ପରେ ଚଢାଉ କରାଯାଇଥିଲା । ଗିରଫ ପରେ ସମ୍ଭାବ୍ୟ ଆୟ ବହିର୍ଭୂତ ସଂପତ୍ତିର ତଦନ୍ତ ନେଇ ଶ୍ରୀ ମହାନ୍ତିଙ୍କ ସହିତ ଜଡ଼ିତ ଥିବା ତାଙ୍କ ପଟିଆ ସ୍ଥିତ ଆବାସିକ ଫ୍ଲାଟ, ଭଦ୍ରକର ମଠସାହିରେ ଥିବା ପୈତୃକ ଘର ଓ କଟକରେ ଥିବା କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିଲା । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ପରେ ଶ୍ରୀ ମହାନ୍ତିଙ୍କୁ ଭିଜିଲାନ୍ସ ବୁଧବାର ଜେଲ ପଠାଇ ଦେଇଛି । ତେବେ କଟକ ସର୍କଲ ଉପ ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ତାଙ୍କ ଚାକିରି କାଳରେ ଏମିତି କେତେ ଟଙ୍କା ଦରମା ପାଉଥିଲେ ଯେ, ଏତେ ଟଙ୍କା ଘରେ ଗଚ୍ଛିତ ରଖିଛନ୍ତି । ଏଭଳି ପ୍ରଶ୍ନ ମନରେ ଉଙ୍କି ମାରିବା ସ୍ୱାଭାବିକ । ମାତ୍ର ୮ ହଜାର ଟଙ୍କାରେ ଦେବବ୍ରତଙ୍କ ସରକାରୀ ଚାକିରି ଆରମ୍ଭ ହୋଇଥିଲା । ୨୦୦୪ ମସିହାରେ ମାଇନିଂ ଅଫିସର ଭାବେ ବଲାଙ୍ଗିରରେ ଚାକିରି କରିଥିଲେ । ପରେ ୨୦୦୬ରୁ ୨୦୦୮ ମସିହା ପର୍ଯ୍ୟନ୍ତ ବାରିପଦାରେ ମଧ୍ୟ ମାଇନିଂ ଅଫିସର ଭାବେ କାମ କରିଥିଲେ । ପରେ ବ୍ରହ୍ମପୁର ୨୦୦୯ରୁ ୨୦୧୧, କଟକରେ ୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି ଦେବବ୍ରତ । ସେହିପରି ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ଭୁବନେଶ୍ୱର ହେଡକ୍ୱାର୍ଟରରେ କାର୍ଯ୍ୟ କରିଛନ୍ତି । ୨୦୧୮ ମାର୍ଚ୍ଚରେ ସମ୍ବଲପୁରରେ ଆସିଷ୍ଟାଣ୍ଟ ମାଇନିଂ ଅଫିସର ଭାବେ ପ୍ରମୋସନ ପାଇ ଜଏନ କରିଥିଲେ । ତାପରେ ୨୦୨୨ରୁ ୨୦୨୫ ପର୍ଯ୍ୟନ୍ତ ଫୁଲବାଣୀରେ ଜଏନ କରିଥିଲେ । ଏହି ସମୟରେ ଫୁଲବାଣୀ, ବୌଦ୍ଧ, ନୟାଗଡ ଭଳି ଜିଲ୍ଲାର ତାଙ୍କୁ ଦାୟିତ୍ୱ ମିଳିଥିଲା । ୨୦୨୬ରେ କଟକ ସର୍କଲରେ ଡେପୁଟି ଡାଇରେକଟର ଭାବେ ପଦୋନ୍ନତି ହୋଇଥିଲା । ପରେ ଚଢାଉ କରାଯାଇଥିଲା ।
ତେବେ କଟକ ସର୍କଲ ଉପ ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ତାଙ୍କ ଚାକିରି କାଳରେ ଏମିତି କେତେ ଟଙ୍କା ଦରମା ପାଉଥିଲେ ଯେ, ଏତେ ଟଙ୍କା ଘୀରେ ଗଚ୍ଛିତ ରଖିଛନ୍ତି । ଏଭଳି ପ୍ରଶ୍ନ ମନରେ ଉଙ୍କି ମାରିବା ସ୍ୱାଭାବିକ । ମାତ୍ର ୮ ହଜାର ଟଙ୍କାରେ ଦେବବ୍ରତଙ୍କ ସରକାରୀ ଚାକିରି ଆରମ୍ଭ ହୋଇଥିଲା । ୨୦୦୪ ମସିହାରେ ମାଇନିଂ ଅଫିସର ଭାବେ ବଲାଙ୍ଗିରରେ ଚାକିରି କରିଥିଲେ । ପରେ ୨୦୦୬ରୁ ୨୦୦୮ ମସିହା ପର୍ଯ୍ୟନ୍ତ ବାରିପଦାରେ ମଧ୍ୟ ମାଇନିଂ ଅଫିସର ଭାବେ କାମ କରିଥିଲେ । ପରେ ବ୍ରହ୍ମପୁର ୨୦୦୯ରୁ ୨୦୧୧, କଟକରେ ୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି ଦେବବ୍ରତ । ସେହିପରି ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ଭୁବନେଶ୍ୱର ହେଡକ୍ୱାର୍ଟରରେ କାର୍ଯ୍ୟ କରିଛନ୍ତି । ୨୦୧୮ ମାର୍ଚ୍ଚରେ ସମ୍ବଲପୁରରେ ଆସିଷ୍ଟାଣ୍ଟ ମାଇନିଂ ଅଫିସର ଭାବେ ପ୍ରମୋସନ ପାଇ ଜଏନ କରିଥିଲେ । ତାପରେ ୨୦୨୨ରୁ ୨୦୨୫ ପର୍ଯ୍ୟନ୍ତ ଫୁଲବାଣୀରେ ଜଏନ କରିଥିଲେ । ଏହି ସମୟରେ ଫୁଲବାଣୀ, ବୌଦ୍ଧ, ନୟାଗଡ ଭଳି ଜିଲ୍ଲାର ତାଙ୍କୁ ଦାୟିତ୍ୱ ମିଳିଥିଲା । ୨୦୨୬ରେ କଟକ ସର୍କଲରେ ଡେପୁଟି ଡାଇରେକଟର ଭାବେ ପଦୋନ୍ନତି ହୋଇଥିଲା ।