ଖଣ୍ଡାରେ ହାଣି ଟଙ୍କା ସୁନା ଲୁଟ୍ ; ଲୁଟେରା ଗିରଫ

ଖଣ୍ଡାରେ ହାଣି ଟଙ୍କା ସୁନା ଲୁଟ୍ ; ଲୁଟେରା ଗିରଫ

  •  ଭୁବନେଶ୍ୱର,୧୧ ।୯ : ନିଛାଟିଆ ରାସ୍ତାରେ ଘରକୁ ଫେରୁଥିବା ଅଭିଯୋଗକାରୀଙ୍କୁ ଅଟକାଇ ତାଙ୍କୁ ଗାଳିଗୁଲଜ କରିବା ସହ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରି ୩ ଭରି ସୁନା ଓ ୫ ହଜାର ଟଙ୍କା ଲୁଟ୍ । ଏନେଇ ଇନଫୋଭ୍ୟାଲିଂ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଜଣେ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା, ଦକ୍ଷୀଣମୁଣ୍ଡ ମୁହାଣର ରମାକାନ୍ତ ଓରୋଫ ବୁଦ୍ଧିଆ ।
     ସୂଚନା ଯୋଗ୍ୟଯେ, ଗତ ଅଗଷ୍ଟ ୧୫ ତାରିଖ ସନ୍ଧ୍ୟାରେ ଅଭିଯୋଗକାରୀ ପ୍ରଶାନ୍ତ ମଙ୍ଗରାଜ ଓ ତାଙ୍କର ଜଣେ ସମ୍ପର୍କୀୟ ଭାଇ ଏକ ବାଇକରେ ଯାଁଳା ଅଭିମୁଖେ ଯାଉଥିବା ବେଳେ, ଯାଁଳା ଗ୍ରାମପଞ୍ଚାୟତ ନିକଟରେ ଅଭିଯୁକ୍ତ ଓ ତାର କିଛି ସହଯୋଗୀ ମାନେ ପୂର୍ବ ବିବାଦକୁ ନେଇ ଉଭୟଙ୍କୁ ରାସ୍ତାରେ ଅଟକାଇ ଗାଳିଗୁଲଜ କରିବା ସହ ଏକ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ବାଇକକୁ ଭାଙ୍ଗି ପକେଟରୁ ୫ ହଜାର ଟଙ୍କା ଓ ୩ ଭରିର ସୁନା ଚେନ୍ ନେଇ ଫେରାର ହୋଇଯାଇଥିଲେ । ଏନେଇ ଇନଫୋଭ୍ୟାଲି ଥାନାରେ ଅଭିଯୋଗ ହୋଇଥିଲା । ହେଲେ ପୁଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିପାରିନଥିବା ବେଳେ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରିଛି ।