ବାଙ୍ଗାଲୋର କେଫ୍ରେ ଗଣ୍ଡଗୋଳ ଘଟଣା ; ୪ ଅଭିଯୁକ୍ତ ଗିରଫ

ବାଙ୍ଗାଲୋର କେଫ୍ରେ ଗଣ୍ଡଗୋଳ ଘଟଣା ; ୪ ଅଭିଯୁକ୍ତ ଗିରଫ

  • ାଭୁବନେଶ୍ୱର, ୧୧ା୯ : ଗତ ରବିବାର ରାତିରେ ଇନଫୋସିଟି ଥାନା ଅଧିନ ପଥରଗାଡିଆ ଠାରେ ଥିବା ବାଙ୍ଗାଲୋର ଏକ୍ସପ୍ରେସ ନାମକ ଏକ କେଫ୍ରେ ସାମନ୍ୟ ଚ୍ୟାରରେ ବସିବାକୁ ନେଇ ଦୁଇ ଗୋଷ୍ଠିଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଖଣ୍ଡଯୁଦ୍ଧ । ଉଡ଼ିଥିଲା ଚ୍ୟାର୍, ଟେବୁଲ, ବୁଲିଥିଲା ଲୁହାରଡ଼ ଓ କାଠଫାଳିଆ । ଯାହା ଫଳରେ ୪ ଜଣ ଆହତ ହୋଇଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ଆଜି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ୪ ଅଭିଯୁକ୍ତ ହେଲେ, ପଥରଗାଡିଆ ଗ୍ରାମର କାଳନ୍ଦୀ ବେହେରା, କୃଷ୍ଠଚନ୍ଦ୍ର ବେହେରା, ଦେବାଶିଷ ବେହେରା ଓ ଲକ୍ଷ୍ମଣ ବେହେରା । 
     ସୂଚନା ଯୋଗ୍ୟଯେ, ଗତ ରବିବାର ରାତିରେ ପଥରଗାଡିଆ ରୋଡରେ ଥିବା ବାଙ୍ଗଲୋର ଏକ୍ସପ୍ରେସ୍ କଫି ସପରେ କିଛି ଛାତ୍ର ଚାହା ପିଇବାକୁ ଆସିଥିଲେ ଓ ୪ଟି ଟେବୁଲରେ ବସିଥିଲେ । ଏହି ସମୟରେ ଦୁଇ ଜଣ ଚ୍ୟାରରୁ ଉଠି ଚାହା ଆଣିବାକୁ ଯାଇଥିବା ସମୟରେ ପଥରଗାଡିଆ କ୍ଲବର କିଛି ପିଲା ସେଠାରେ ପହଞ୍ଚି ୨ଟି ଚ୍ୟାରେ ବସିଥିଲେ । ଏହି ସମୟରେ ଚ୍ୟାରରେ ବସିଥିବା ୨ ଜଣ ଯୁବକ ସେଠାରେ ବସିବାକୁ ମନା କରିଥିଲେ ଓ କହିଥିଲେ ଆମର ୨ ଜଣ ବସିଛନ୍ତି ସେମାନେ ଚାହା ପାଇଁ ଯାଇଛନ୍ତି । ଏକଥାକୁ ନେଇ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବଚସା ପରେ ଗଣ୍ଡଗୋଳର ରୂପ ନେଇଥିଲା । ଏତିକି ବେଳେ ଅଭିଯୁକ୍ତମାନେ ଫୋନରେ ସେମାନଙ୍କ କ୍ଲବ ପିଲାଙ୍କୁ ଡ଼ାକି ଅଞ୍ଚଳ ପାଲଟିଥିଲା ରଣକ୍ଷେତ୍ର । ଖବର ପାଇ ଇନଫୋସିଟି ଥାନା ଓ ଚନ୍ଦକା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଲା ବେଳେ ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ଆଜି ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ।