ଗଞ୍ଜା ବେପାରୀ ଗିରଫ; ୫ କେଜି ଗଞ୍ଜେଇ ସହ ୩୦ ହଜାର ଟଙ୍କା ଜବତ

ଭୁବନେଶ୍ୱର, ୨୩ା୧୧ : କନ୍ଧମାଳରୁ ଚୋରାରେ ଗଞ୍ଜେଇ ଆଣି ସାଲିଆସାହିରେ ହୋଇଥିଲା ଡ଼ିପୋ । ଖବର ପାଇ ଚଢ଼ାଉ କଲା ମୈତ୍ରୀବିହାର ଥାନାର ସ୍କ୍ୱାର୍ଡ । ଅଭିଯୁକ୍ତକୁ ଗିରଫ କରିବା ସହିତ ତାଠାରୁ ୫ କେଜି ଗଞ୍ଜେଇ ଓ ନଗଦ ୩୦ ହଜାର ଟଙ୍କା ଜବତ କରାଯାଇଛି । ପରେ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ସାଲିଆସାହି ତାରିଣୀ ବସ୍ତିର ନବ କିଶୋର ସାହୁ ।
ସୂଚନା ଯୋଗ୍ୟଯେ, ଆଜି ସକାଳୁ ମୈତ୍ରୀବିହାର ଥାନାଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ଥାନାର ଟିମ ସାଲିଆସାହି ଅଞ୍ଚଳରେ ପାଟ୍ରୋଲିଂ ଚଳାଇଥିଲେ । ଏହି ସମୟରେ ସାଲିଆସାହିର ତାରିଣୀ ବସ୍ତିରେ ଜଣେ ବ୍ୟକ୍ତି ତା ଘରେ ଗଞ୍ଜେଇ ଡ଼ିପୋ କରିଥିବା ଓ ସେ ଗ୍ରାହକ ଅପେକ୍ଷାରେ ରହିଥିବା ଖବର ପାଟ୍ରୋଲିଂ ଟିମ ଜାଣିବାକୁ ପାଇଥିଲେ । ଖବର ପାଇ ଟିମ ସଙ୍ଗେ ସଙ୍ଗେ ବସ୍ତିରେ ଚଢ଼ାଉ କରି ଅଭିଯୁକ୍ତକୁ କାବୁ କରିବା ସହ ତାଠାରୁ ୫ କେଜି ୫୦ ଗ୍ରାମ ଗଞ୍ଜେଇ ଓ ନଗଦ ୩୦ ହଜାର ଟଙ୍କା ଜବତ କରିଛି । ପରେ ତାକୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରିବା ସହ ଏକ ଗଞ୍ଜେଇ ଜନିତ ମାମଲା ରୁଜୁକରି ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।