ଖମଣରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

 ପାଣିକୋଇଲି :  ଗ୍ରାମାଂଚଳ ମହିଳାମାନଙ୍କୁ ଆର୍ଥôକ କ୍ଷେତ୍ରରେ ସ୍ୱାବଲମ୍ବୀ ଓ ସଶକ୍ତ କରିବା ଉଦେ୍ଦଶ୍ୟରେ କୋରେଇ ବ୍ଲକ ଖମଣ ପଂଚାୟତ ରାଧନାଗରରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପରେ ରୁଚି ରଖୁଥିବା ମହିଳା କଳାକାରମାନଙ୍କୁ ଗୁରୁ ଶିଷ୍ୟ ପରମ୍ପରା ମାଧ୍ୟମରେ ତାଲିମ୍ର ବ୍ୟବସ୍ଥା ସହ କାଇଁଚ କାମ ଯଥା କାଇଁଚକୁ ନେଇ ବିଭିନ୍ନ ପ୍ରକାରର ଘରୋଇ ଓ ସୌଖିନ ଉପକରଣ ସବୁ ପ୍ରସ୍ତୁତି ଯୁକ୍ତ ୪ ମାସିଆ ତାଲିମ୍ ନିମନ୍ତେ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ବିଜେତା ଶିଳ୍ପୀ ଝରଣା ସାହୁଙ୍କ ତତ୍ତ୍ୱାବଧାନରେ ଜିଲା ହସ୍ତଶିଳ୍ପ ସହନିଦେ୍ର୍ଦଶକ ପ୍ରକାଶ ଚନ୍ଦ୍ର ମହାନ୍ତି, ହସ୍ତଶିଳ୍ପ ପ୍ରମୋସନ ଅଫିସର୍ ଶୁଭ୍ରାଂଶୁ ଶେଖର ସାମଲ ଓ ଲିଟୁନ୍ ସାହୁ ଓ ସାମାଜିକ କର୍ମୀ ଅକ୍ଷୟ କୁମାର ଜେନାଙ୍କ ଉପସ୍ଥିତିରେ ଉଦ୍ଘାଟନ ହୋଇଯାଇଛି । ତାଲିମ୍ଧାରୀ ମାନଙ୍କୁ ସରକାରଙ୍କ ତରଫରୁ ଆଗାମୀ ଦିନରେ ବିଭିନ୍ନ ପ୍ରକାରର ସରକାରୀ ପ୍ରୋତ୍ସାହନ ଯୋଗେଇ ଦିଆଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ଏବେ ପ୍ରଥମକରି ୨୦ରୁ ଉର୍ଦ୍ଧ୍ୱ ମହିଳା ନାମ ପଞ୍ଜିକରଣ କରି ପ୍ରାଥମିକ ପର୍ଯ୍ୟାୟରେ ତାଲିମ୍ ନେବା ପାଇଁ ଉପସ୍ଥିତ ଥିଲେ । ମହିଳା ମାନେ ନିଜ ନିଜ ଦୁଆର ମୁହଁରେ କିଭଳି ତାଲିମ୍ କିମ୍ବା ଶିକ୍ଷା ନେଇ ଆଗକୁ ଆହୁରି ଅଧିକ ମାତ୍ରାରେ ସ୍ୱାବଲମ୍ବୀ ଘରୋଇ ମହିଳା ସୃଷ୍ଟି କରିପାରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି ।