ଆକ୍ରମଣ ଓ ଭିଟା ମାଟି ଛଡେଇ ନେବା ଘଟଣା : ଏଏସପିଙ୍କ ହସ୍ତକ୍ଷେପ ପରେ ଏତଲା ପଞ୍ଜିକୃତ କଲା ଟମକା ପୁଲିସ

 କଳିଙ୍ଗନଗର : ଭିଟା ମାଟିରୁ ଉଛେଦ ପାଇଁ ଆକ୍ରମଣ ପରେ ଆକ୍ରମଣ ଘଟଣାରେ ଏଏସପିଙ୍କ ହସ୍ତକ୍ଷେପ ପରେ ଏତଲା ପଞ୍ଜିକୃତ କରିଛି ଟମକା ପୁଲିସ । ପୁଲିସ ମାମଲା ପଞ୍ଜିକୃତ କରୁନଥିବା ଅଭିଯୋଗ ନେଇ ଅଭିଯୋଗକାରୀ ଜିଲାପାଳ ଏବଂ ଏଏସପିଙ୍କୁ ଭେଟି ଦୃଷ୍ଟି ଆକର୍ଷଣ କରିଥିଲେ । ଅକ୍ରୋଶ ମୂଳକ ଆକ୍ରମଣ କରି ଭିଟାମାଟିରୁ ଉଛେଦ ପାଇଁ ଗଛ ପତ୍ର ହାଣିବା ଏବଂ ସାମାଜିକ ବାଛନ୍ଦ କରିବାକୁ ଧମକ ଦେବା ସମ୍ପର୍କରେ ଟମକା ପୁଲିସ ୭ ଜଣ ଜଣ ପୁରୁଷ ସହ ଅନ୍ୟାନ୍ୟ ମହିଳାଙ୍କ ନାଁରେ ଏତଲା ପଞ୍ଜିକୃତ କରିଥିବା ଜଣାପଡିଛି । ସୂଚନା  ମତେ ଦାନଗଦୀ ବ୍ଲକ ଉଚ୍ଚବାଲି ଗାଁର ବିଳାସିନି ଅମାନ୍ତଙ୍କ ପରିବାର ଅନାବାଦୀ ଜମି ଉପରେ ରହି ଅନାବାଦୀ ଜମି ଉପରେ ଚାଷ ବାସ କରି ଜୀବିକା ନିର୍ବାହ କରି ଆସୁଥିବା ବେଳେ ଉକ୍ତ ଗାଁ କିଛି ବ୍ୟକ୍ତି ଉକ୍ତ ଜମିକୁ ଛଡେଇ ନେବାକୁ ମସୁଧା କରି ଆକ୍ରମଣ କରିଆସୁଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ଗତ ୨୨ତାରିଖ ସକାଳୁ ଯାଜପୁର ଜିଲା ଦାନଗଦୀ ବ୍ଲକ ଉଚ୍ଚବାଲି ଗାଁଗୋବିନ୍ଦ ସାହୁ, ଆର୍ତ ସାହୁ, ସୁରେଶ ସାହୁ, ବିଜୁ ସାହୁ, ଅରୁ ସାହୁ କୁଳ ସାହୁ ଦୁଷ୍ମନ୍ତ ସାହୁ ଓ କିଛି ମହିଳା ହାତରେ ବିଭିର୍ଣ୍ଣ ମରଣାସ୍ତ୍ର ଧରି ଜାତିଭେଦ କୁ ନେଇ ଗାଳି ଗୁଲଜ କରିଥିଲେ. ବିଳାସିନି ଅମାନ୍ତଙ୍କ ପରିବାର ଯାଜପୁର ଏସପିଙ୍କ ହସ୍ତକ୍ଷେପ ଲୋଡ଼ି ପୁଲିସର ପଦକ୍ଷେପକୁ ଚାହିଁ ରହିଥିବା ବେଳେ ଉପରୋକ୍ତ ବ୍ୟକ୍ତିମାନଙ୍କ ସହ କିଛି ମହିଳା ହାତରେ ବିଭିନ୍ନ ପ୍ରକାର ମରଣାସ୍ତ୍ର ଧରି ଏସପିଙ୍କ ନିକଟରେ ଅଭିଯୋଗ କାହିଁକି କରୁଚ କହି ଜାତିଭେଦକୁ ନେଇ ଅଶାଳୀନ ଭାଷାରେ ଗାଳିଗୁଲଜ କରି ବିଳାସିନୀଙ୍କ ଘରପାଖରେ ଥିବା କଦଳୀ ଗଛ ସହ ବିଭିନ୍ନ ଗଛ ଗୁଡିକୁ ହାଣି ଦେଇଥିଲେ । ନିଆଁ ପାଣି ରାସ୍ତା ଘାଟ ବନ୍ଦ କରି ସାମାଜିକ ବାଛନ୍ଦ କରି ଜିନିଷ ପତ୍ର ଲୁଟିନେଇଥିଲେ ଏବଂ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ସମ୍ପର୍କରେ ବିଳାସିନୀଙ୍କ ପରିବାର ପକ୍ଷରୁ ଅତିରିକ୍ତ ଏସପିଙ୍କ ସହ ଟମକା ଥାନାରେ ଲିଖିତ ଅଭିଯୋଗ କରି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଟମକା ପୁଲିସ ୩୫/୨୫ରେ ମାମଲା ପଞ୍ଜିକୃତ କରି ଉଚ୍ଚବାଲି ଗାଁର  ଗୋବିନ୍ଦ ସାହୁ, ଆର୍ତ ସାହୁ, ସୁରେଶ ସାହୁ, ବିଜୁ ସାହୁ, ଅରୁ ସାହୁ, କୁଳ ସାହୁ, ଦୁଷ୍ମନ୍ତ ସାହୁ ଏବଂ ମହିଳାଙ୍କ ନାଁରେ ବିଭିନ୍ନ ଦଫା ଲଗାଇ ଥିବା ବେଳେ ଏହାର ତଦନ୍ତ ଭାର ଏସଡିପିଓ ଯାଜପୁର ରୋଡ଼ ଲଷ୍ମୀଧର ସ୍ୱାଇଁଙ୍କ ପ୍ରଦାନ କରାଯାଇଛି ।