ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

 ଦାନଗଦୀ : ଏହି ବ୍ଲକ ଅନ୍ତର୍ଗତ ଶାଳୀଜଙ୍ଗା ପଂଚାୟତର ଦୁର୍ଗାପୁର ଗାଁର ସାଧୁ ସିଧୁଙ୍କ ପୁଅ ଜିତେନ୍ (୪୬)ରଶିଲଗାଇ ଆତ୍ମହତ୍ୟା କରିଥିବା ବେଳେ ପୁଲିସ ଶବକୁ ଜବଦ କରି ବ୍ୟବଚ୍ଛେଦ ପାଇଁ ଦାନଗଦୀ ମେଡ଼ିକାଲକୁ ପଠାଇ ଅପମୃତୁ୍ୟ ମାମଲା ରୁଜୁ କରିଛି । ଖବର ମତେ ଜିତେନ ଆଜି ଏକ ଗଛରେ ଝୁଲି ପଡ଼ିଥିବା ଗ୍ରାମବାସୀ ଦେଖି କଳିଙ୍ଗନଗର ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ଶବ ଉଦ୍ଧାର କରି ବ୍ୟବେଚ୍ଛେଦ ପାଇଁ ପଠାଇଥିଲା । କେଉଁ କାରଣରୁ ଜିତେନ ଆତ୍ମହତ୍ୟା କଲେ ତାହା ଜଣାପଡିନି । ପୁଲିସ ଘଟଣାର ତଦନ୍ତ ଚଳାଇଛି ।