ଖରସ୍ରୋତା ନଦୀ ବନ୍ଧ ରାସ୍ତା ଶୋଚନୀୟ; ବିଭାଗର ପଡୁନି ନଜର


 ସିଂହପୁର: ଦୁର୍ବଳ ନଦୀନବନ୍ଧକୁ ସବଳ କର । ବର୍ଷା ଆସିବା ପୂର୍ବରୁ ଜଳ ସେଚନ ବିଭାଗ ଠାରୁ ଅନ୍ୟାନ୍ୟ ବିଭାଗକୁ ଏଭଳି ନିଦେ୍ର୍ଦଶ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପକ୍ଷରୁ ଦିଆଯାଉଛି । ହେଲେ ଦାୟିତ୍ୱରେ ରହୁଥିବା ବିଭାଗର ବଡ଼ ବାବୁଙ୍କ ଠାରୁ ଆରମ୍ଭ କରି ତଳିଆ କର୍ମଚାରୀ କିନ୍ତୁ ଏହାକୁ ଖାମଖିଆଲ ଭାବେ ନେବାରେ ଲାଗିଛନ୍ତି । ଯେଉଁଥି ପାଇଁ ମୈାସୁମି ଆଗମନ ସତ୍ୱେ ନଦୀବନ୍ଧ ଗୁଡ଼ିକୁ ମରାମତି କରିବା ପୂର୍ବକ ସୁଦୃଢ କରାଯାଉନି । ସବୁ ଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ବନ୍ଧ ରାସ୍ତା ଖାଲଢିପରେ ପରିପୂର୍ଣ୍ଣ ହୋଇ ଶୋଚନୀୟ ହୋଇପଡ଼ିଥିଲେ ହେଁ ବିଭାଗକୁ ଏହା ଦୃଶ୍ୟମାନ ହେଉନି । ଆମେ କହୁୁଛୁ ଖରସ୍ରୋତା ନଦୀବନ୍ଧର କଥା । ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ କଣଛନ୍ଦା ଗ୍ରାମର ଖରସ୍ରୋତା ସେତୁ ଠାରୁ ଜରି ନୁଆମାହାର ସେତୁ ପର୍ଯ୍ୟନ୍ତ ନଦୀ ବନ୍ଧ ରାସ୍ତା ଶୋଚନୀୟ ହୋଇପଡିଛି । ଗତ ବର୍ଷ ରାସ୍ତା ପ୍ରଶସ୍ତିକରଣ କରାଯାଇଥିଲା ସତ ହେଲେ ଅଧିକାଂଶ ସ୍ଥାନରେ ମାଟି ରାସ୍ତା ରହିଥିବାରୁ ବର୍ଷା ଅସରାଏରେ କାଦୁଅରେ ପୂର୍ଣ୍ଣ ହୋଇପଡ଼ୁଛି । କାଦୁଆ ପରେ ପରେ ରାସ୍ତା ଖାଲଖମାରେ ପୂର୍ଣ୍ଣ ହୋଇପଡ଼ିଛି । ଯାହା ଫଳରେ ଯାତାୟାତ କରିବା ଲୋକେ କଷ୍ଟକର ହୋଇପଡିଛି । ଏହି ସ୍ଥାନକୁ ପିଚୁ କରାଯିବା ନିମନ୍ତେ ଅଞ୍ଚଳବାସୀ ଦାବି କରିଆସୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କିନ୍ତୁ ବିଭାଗ କର୍ଣ୍ଣପାତ କରୁ ନାହାନ୍ତି । ଏବେ ବର୍ଷା ରିତୁ ଆରମ୍ଭ ହୋଇଥିବାରୁ ଲୋକେ ଯାତାୟତରେ ହିନସ୍ଥା ଭୋଗୁଥିବା ଦେଖିବାକୁ ମିଳୁଛି । ତୁରନ୍ତ ଶୋଚନୀୟ ରାସ୍ତାକୁ ପିଚୁ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।