ବିଧାୟିକା-ଜିଲାପାଳ କଲେ ସମୀକ୍ଷା


ଦଶରଥପୁର:  ଦଶରଥପୁର ବ୍ଲକରେ ଦାନାର ପ୍ରଭାବ ଜୋରଦାର ହେବ ବୋଲି ଅନୁମାନ କରାଯାଇଥିବା ବେଳେ ବ୍ଲକର ପ୍ରଭାବିତ ଅଞ୍ଚଳରେ ଜିଲାପାଳ ପହଁଚି ସ୍ଥିତି ଅନୁଧାନ କରିଛନ୍ତି । ବାତ୍ୟା ମୁକାବିଲା ନିମନ୍ତେ ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ସମୀକ୍ଷା ବୈଠକରେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଯାଜପୁର ବିଧାୟିକା ସୁଜାତା ସାହୁ ଯୋଗ ଦେଇ ବିଭିନ୍ନ ବିଭାଗ ପକ୍ଷରୁ ବାତ୍ୟା ମୁକାବିଲା ପାଇଁ ନିଆଯାଇଥିବା ପ୍ରସ୍ତୁତିର ସମୀକ୍ଷା କରିଥିଲେ । ପ୍ରତ୍ୟେକ ପଞ୍ଚାୟତରେ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ କରାଯିବା ସହ ଦତପୁର ପଞ୍ଚାୟତରେ ଥିବା ବାତ୍ୟା ଆଶ୍ରୟ ସ୍ଥଳୀକୁ ପ୍ରଭାବିତ ଲୋକଙ୍କ ନିମନ୍ତେ ପ୍ରସ୍ତୁତି ଯାଇଛି । ବୈଠକରେ ବିଡିଓ ଆକାଶ ପଟନାୟକ ଏବିଡ଼ିଓ ତ୍ରିଲୋଚନ ସେଠି, ସହକାରୀ ରାହାସ ବିହାରୀ ଜେନାଙ୍କ ସହ ପଞ୍ଚାୟତ ଜନପ୍ରତିନିଧି ସହ ସବୁ ବିଭାଗ ଅଧିକାରୀ ଯୋଗ ଦେଇଥିଲେ ।