ବିଶ୍ୱ ବନ ଦିବସ ପାଳିତ

ଦେବଗଡ: ଦେବଗଡ ବନଖଣ୍ଡ ସମ୍ମିଳନୀ କକ୍ଷରେ ବନଖଣ୍ଡସ୍ତରୀୟ ବିଶ୍ୱ ବନ ଦିବସ ପାଳିତ ହୋଇଛି । ବନଖଣ୍ଡ ଅଧିକାରୀ ମଗର ଧାନାଜି ରାଓସୋ ଏଥିରେ ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି ଭାବେ ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଅରୁଣ ସାହୁ ଏବଂ ସମ୍ମାନୀତଅତିଥି ଭାବେ ରିଆମାଳ ବ୍ଲକ୍ ଅଧ୍ୟକ୍ଷ ମଧୂସୁଦନ ପ୍ରଧାନ, ଅବୈତନିକ ବନ୍ୟ ପ୍ରାଣୀ ତତ୍ୱାବଧାରକ ଲଲିତ ମୋହନ ସାହୁ, ଅତିରିକ୍ତ ବନ ସଂରକ୍ଷକ ଅରୁଣ ବେହେରା ମଂଚାସୀନ ରହିଥିଲେ  । ଅତିରିକ୍ତ ବନ ସଂରକ୍ଷିକା ସ୍ୱାଧିନତା ସାହାଣୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଜଙ୍ଗଲ ସୁରକ୍ଷା ଏବଂ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ସଚେତନ କରାଯାଇଥିଲା । ସଭାରେ ଯୋଗ ଦେଇଥିବା ଅତିଥିମାନେ ଖାଦ୍ୟ ନିରାପତା, ପୋଷଣ ଏବଂ ଜୀବିକାରେ ଜଙ୍ଗଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ଦେବଗଡ ଜିଲ୍ଲାକୁ ପାହାଡ ଏବଂ ଜଙ୍ଗଲ ଘେରି ରହିଛି  । ଭବିଷ୍ୟତ ପିଢି ପାଇଁ ଏହାକୁ ସୁରକ୍ଷା ଦେବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିଥିଲେ । କେବଳ ବନବିଭାଗ ଚାହିଁଲେ ଜଙ୍ଗଲକୁ ସୁରକ୍ଷା ଦେଇ ପାରିବନି  । ଜନସାଧାରଣ ମଧ୍ୟ ସାମିଲ ହେବାକୁ ଆହ୍ୱାନ କରାଯାଇଥିଲା । ବୃକ୍ଷରୋପଣ ଏବଂ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ କରିଥିବା ପଂଚାୟତ ଏବଂ ଶିକ୍ଷାନୁଷ୍ଠାନକୁ ସମ୍ମାନୀତ କରାଯାଇଥିଲା । ଏଥିସହ ଦେବଗଡ ବନଖଣ୍ଡରେ କାର୍ଯ୍ୟରତ ଗଜସାଥିଙ୍କୁ ସେପ୍ଟି କିଟ ପ୍ରଦାନ କରାଯାଇଥିଲା ।