ବିଭାଗୀୟ ସମୀକ୍ଷା କଲେ ମନ୍ତ୍ରୀ ପ୍ରଦୀପ
ଦାନଗଦୀ,: ସୋମବାର ଦାନଗଦୀ ବ୍ଲକରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ହସ୍ତତନ୍ତ ବୟନ ଶିଳ୍ପମନ୍ତ୍ରୀ ପ୍ରଦୀପ ବଳସାମନ୍ତ ବିଭିନ୍ନ ବିଭାଗ କାର୍ଯ୍ୟର ସମୀକ୍ଷା କରିଥିଲେ । ସମୀକ୍ଷା ବୈଠକରେ ସମସ୍ତ ବିଭାଗର ଅଧିକାରୀଙ୍କ ସହ ଦାନଗଦୀ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ, ୨୩ ଗୋଟି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ଜିଲା ପରିଷଦ ସଭ୍ୟ ଉପସ୍ଥିତ ଥିଲେ । ବିଦୁ୍ୟତ ବିଭାଗ, ସ୍ୱାସ୍ଥ୍ୟ, ପଶୁ ସମ୍ପଦ, କୃଷି, ଉଦ୍ୟାନ ବିଭାଗ, ପାନୀୟ ଜଳ ପରିମଳ, ମହିଳା ଶିଶୁ ବିକାଶ, ଶିକ୍ଷା, ମିଶନ ଶକ୍ତି, ବନ ବିଭାଗ, ଆଦି ସମସ୍ତ ବିଭାଗରେ ବିଗତ ଦିନରେ ଯେ କୌଣସି କାମ ହେଇଛି ତାକୁ ସରପଞ୍ଚ ମାନେ କିଛି ଜାଣି ନାହାନ୍ତି । ସରପଞ୍ଚ ମାନଙ୍କୁ ବ୍ଲକରେ କେହି ପଚାରୁ ନାହଁନ୍ତି ବୋଲି ସେମାନେ ଅଭିଯୋଗ କରିବା ସହ ଅସନ୍ତୋଷ ପ୍ରକାଶ କରିଥିଲେ । ବ୍ଲକର ସମସ୍ତ ବିଭାଗ ବିଗତ ଦିନରେ ମନମୁଖୀ ଚାଲିଥିବା ମନ୍ତ୍ରୀଙ୍କ ପାଖରେ ଅଭିଯୋଗ କରିଥିଲେ । ସରପଞ୍ଚ ମାନଙ୍କ କହିବା କଥା ବ୍ଲକର କେଉଁ ବିଭାଗରେ କଣ କାମ ହେଉଛି ଆମେ ଜନ ପ୍ରତିନିଧି ମାନେ ଯଦି ଜାଣି ପାରୁନାହଁ ସାଧାରଣ ଲୋକ କିପରି ଜାଣିବେ ବୋଲି ପ୍ରଶ୍ନ କରିଥିଲେ । ଆଉ ବ୍ଲକରେ ସେପରି ପୂର୍ବରୁ ମନମୁଖୀ ଶାସନ ଚାଲୁଥିଲା । ସାଧାରଣ ଲୋକ କିଛି ଜାଣି ପାରୁନ ଥିଲେ ତାହା ଚାଲିବ ନାହିଁ ବୋଲି ରୋକ୍ଠୋକ୍ ଶୁଣାଇ ଦେଇଥିଲେ । ବିଗତ ଦିନରେ ଯେତେ ସମୀକ୍ଷା ବୈଠକ ହୋଇଛି ଆଜି ପରି କେବେ ହୋଇ ନଥିଲା । ଆଜି ସବୁ ବିଭାଗର ଅଧିକାରୀଙ୍କ ସହ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ଓ ଜିଲା ପରିଷଦ ସଭ୍ୟା ମାନେ ଉପସ୍ଥିତ ଥିଲେ । ସରପଞ୍ଚ ମାନେ ବିଭିନ୍ନ ପ୍ରଶ୍ନ ବାଣରେ ଅଧିକାରୀ ମାନଙ୍କୁ ଘାଇଲା କରିଦେଇଥିବା ଦେଖିବାକୁ ମିଳିଥିଲା । କିଛି ଅଧିକାରୀ ସରପଞ୍ଚ ମାନଙ୍କ ପ୍ରଶ୍ନର ସନ୍ତୋଷ ଜନକ ଉତର ଦେଇପାରିନ ଥିବା ଦେଖିବାକୁ ମିଳିଥିଲା । ମନ୍ତ୍ରୀ ଏସବୁ ଶୁଣି ଆଗକୁ ସବୁ ବିଭାଗର ଅଧିକାରୀଙ୍କୁ ଠିକ ଭାବରେ ଜନସାଧାରଣଙ୍କୁ ସେବା ଯୋଗାଇ ଦେବା ପାଇଁ ତାଗିଦ କରିବା ସହ ପରାମର୍ଶ ଦେଇଥିଲେ ।