ଖୋର୍ଦ୍ଧାରେ ବିସ୍ଫୋରଣ ୩ ଶିଶୁ ଗୁରୁତର; ଭୁବନେଶ୍ବର ସ୍ଥାନାନ୍ତରିତ

ଖୋର୍ଦ୍ଧାରେ ବିସ୍ଫୋରଣ ୩ ଶିଶୁ ଗୁରୁତର; ଭୁବନେଶ୍ବର ସ୍ଥାନାନ୍ତରିତ

ଖୋର୍ଦ୍ଧା : ଖୋର୍ଦ୍ଧା ଶିଳ୍ପାଞ୍ଚଳ ଅନ୍ତର୍ଗତ କୁମାରବସ୍ତ ଗ୍ରାମରେ ଭୟଙ୍କର ବିସ୍ଫୋରଣ  । ଜାଗର ପାଇଁ ଠାକୁର ଘରେ ଥିବା ବାଣ ବିସ୍ପୋରଣ ଘଟି ୨ ଶିଶୁ ଗୁରୁତର ହୋଇଥିବାବେଳେ ଜଣେ ସାମାନ୍ୟ ଆହତ ହୋଇଛନ୍ତି  । ଏଥିରେ ୧୦ବର୍ଷ ଓ ୧୨ବର୍ଷର ନାବାଳକ ଓ ନାବାଳିକା ଅଛନ୍ତି । ଗୁରୁତରମାନଙ୍କୁ ପ୍ରଥମେ ଖୋର୍ଦ୍ଧା ମେଡିକାଲ ନିଆଯାଇ ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି  । ତେବେ ଏହା ବାଣ  ବିସ୍ଫୋରଣ କି ବୋମା ବିସ୍ଫୋରଣ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ  । ସଦର ଏସଡିପିଓ ନିହାର ରଞ୍ଜନ ପ୍ରଧାନ, ଥାନାଧିକାରୀ ଗାୟତ୍ରୀ ମିଶ୍ର ପ୍ରମୁଖ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଗୁରୁବାର ମଧ୍ୟାହ୍ନରେ ଏହି ଘଟଣା ଘଟିଛି  । 
ତାପସ ମଙ୍ଗରାଜଙ୍କ ଭଣଜା ଭାଣାଜି ମାମୁ ଘରକୁ ବୁଲି ଆସିଥିଲେ । ଜାଗରରେ ଫୁଟାଇବା ପାଇଁ ବାଣ ଠାକୁର ଘରେ ରଖିଥିଲେ  । ପିଲାମାନେ ଠାକୁର ଘରେ ବାରଣ୍ଡାରେ ଖେଳୁଥିବା ବେଳେ ହଠାତ୍‌ ବାଣ ବିସ୍ଫୋରଣ ହୋଇଥିଲା  । ଏଥିରେ ୩ ଜଣ ଆହତ ଆହତ ହୋଇଥିଲେ  । ପରିବାର ଲୋକେ ସେମାନଙ୍କୁ ଖୋର୍ଦ୍ଧା ମେଡିକାଲକୁ ନେଇଥିଲେ, ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ୍‌ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଚଳାଇଛି ।