ବାଇକ୍ ସହ ମଦ ଜବତ, ଜଣେ ଗିରଫ

 ତାଳଚେର:  ଢ଼େଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅନ୍ତର୍ଗତ ଆମ୍ବପଳାଶ ଅଞ୍ଚଳରୁ ଓଡ଼ି ୧୯-ଏନ-୧୭୯ ବଜାଜ ପ୍ଲାଟିନା ମଟର ସାଇକେଲରେ ବଅଁରପାଳ ଥାନା ଅନ୍ତର୍ଗତ ଖମଣା ଗ୍ରାମର ବିଜୟ ନାଏକ ୫୦ଲିଟର ଦେଶୀମଦ ଧରି ବହ୍ଲର ଦେଇ ତାଳଚେର ଆଡ଼କୁ ଆସୁଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ତାଳଚେର ଅବକାରୀ ବିଭାଗ ଚଢ଼ାଉ କରିଥିଲା । ବାଇକ୍ ସମେତ ୫୦ଲିଟର୍ ଦେଶୀମଦକୁ ଜବତ କରିବା ସହ ସମ୍ପୃକ୍ତ ମଦ ନେଇ ଯାଉଥିବା ମାଫିଆକୁ ଗିରଫ କରି କୋର୍ଟଚାଲାଣ କରିଥିବା ଅବକାରୀ ବିଭାଗ ସୂତ୍ରରୁ ଜଣାପଡ଼ିଛି । ଏହି ଚଢ଼ାଉରେ ତାଳଚେର ଅବକାରୀ ନିରୀକ୍ଷକ ଉମାକାନ୍ତ ସ୍ୱାଇଁ ଓଆଇସି ହାତିଆ ବେହେରାଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।