ଖଡ଼ିଆଳରେ ଜୁଆ ଖେଳ ବୃଦ୍ଧି 

 ନୂଆପଡା: ଖଡିଆଳ ସହର ସମେତ ଗ୍ରାମାଞ୍ଚଳରେ ସଟ୍ଟା ଖେଳ ବୃଦ୍ଧି ପାଇଥିବା ଅଭିଯୋଗ ହେଉଛି । ଅଞ୍ଚଳରେ ସଟ୍ଟା ଖେଳ ଅନେକ ଦିନରୁ ଚାଲୁଥିଲେ ମଧ୍ୟ ପୁଲିସ ପ୍ରଶାସନ ଏ ଦିଗରେ ଆଖୁ ବୁଜି ଦେଇଛି । ଫଳରେ ଅନେକ ଗରିବ ଖଟିଖୁଆ ହାଡ଼ଭଙ୍ଗା ପରିଶ୍ରମ କରି ଦୁଇପଇସା ରୋଜଗାର କରୁଥିବାବେଳେ ଅଧିକ ପଇସା ଆଶାରେ ସଟ୍ଟା ଖେଳି ସର୍ବସ୍ୱାନ୍ତ ହେଉଛନ୍ତି । ମାଫିଆମାନେ ବିଭିନ୍ନ ପାନ ଦୋକାନ, ଚା’ଦୋକାନ ଗୁଡ଼ିକରେ ଆଡ୍ଡା ଜମାଇ ଏହି ବେଆଇନ କାରବାର ଚଳାଇଥିବା ଦେଖୁବାକୁ ମିଳୁଛି  । ଏନେଇ ପୁଲିସ ପାଖରେ ଖବର ଥିଲେ ସୁଦ୍ଧା ଜାଣି ନଜାଣିଲା ପରି ଅଭିନୟ କରୁଥିବା ସାଧାରଣରେ ଅଭିଯୋଗ ହେଉଛି । ଅନେକ ଚାକିରିଆ, ଛାତ୍ର, ଜନସାଧାରଣ ଅଧିକ ଟଙ୍କା ଆଶାରେ ଏହି ଖେଳ ଖେଳି କାଙ୍ଗାଳ ହେଉଛନ୍ତି  । ଫଳରେ ପରିବାର ମଧ୍ୟରେ ଅସାନ୍ତି, ଚୋରି ଆଦି ଅଞ୍ଚଳରେ ବୃଦ୍ଧି ପାଇବାରେ ଲାଗିଛି । ପୁଲିସ ଏହି ବେଆଇନ ଖେଳକୁ ବନ୍ଦ କରିବା ବଦଳରେ  ପ୍ରୋସôାହିତ କରୁଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।ତେଣୁ ଏ ଦିଗରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେଶ ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ସ୍ଥାନ ଗ୍ରହଣ କରିବାକୁ ଅଞ୍ଚଳର ବୁଦ୍ଧିଜୀବୀ ଦାବି କରିଛନ୍ତି ।