ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା, ୨ ଗୋରୁ ଜୀବନ୍ତ ଦଗ୍ଧ
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ପାଟୁଳି ପଞ୍ଚାୟତ ଅରେଇକଣା ଗ୍ରାମର ଚିନ୍ତାମଣି ଜେନାଙ୍କ ୨ ବଖରା ଘର ଗତ ବୁଧବାର ବିଳମ୍ବିତ ରାତ୍ରରେ ଜଳିଯାଇଥିବା ଜଣାଯାଇଛି । ଏହି ଅଗ୍ନିକାଣ୍ଡରେ ୨ ଗୋରୁ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୨ ଗୋରୁ ଆହତ ହୋଇ ଚିକିସôିତ ହେଉଥିବା ଜଣାଯାଇଛି । ଏଥିରେ ୨ ଟି ସାଇକେଲ ସମେତ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ସୂଚନା ପାଇ ଭଣ୍ଡାରିପୋଖରୀରୁ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚô ଅଗ୍ନିକୁ ଆୟତ୍ତ କରିଥିଲେ । ପଞ୍ଚାୟତ ପକ୍ଷରୁ ସରପଞ୍ଚଙ୍କ ପ୍ରତିନିଧି ନିଳାମ୍ବର ରାଉତ ବିପନ୍ନଙ୍କ ନିକଟରେ ପହଞ୍ଚô ସହାୟତା ଯୋଗାଇଥିବା ଜଣାଯାଇଛି । ପ୍ରଶାସନ ପକ୍ଷରୁ ବିପନ୍ନଙ୍କୁ ସହାୟତା ଦେବାକୁ ଦାବି ହୋଇଛି ।