ଉତ୍ତର ଓଡ଼ିଶାର ବିକାଶ ଦାବି :ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରତାପ
ବାଲେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ସାକ୍ଷାତ କରିଛନ୍ତି । ଏହି ଅବସରରେ ଶ୍ରୀ ଷଡଙ୍ଗୀ ବାଲେଶ୍ୱର ଓ ଉତ୍ତର ଓଡିଶାର ବିକାଶକୁ ନେଇ ମୋଦିଙ୍କ ସହ ଆଲୋଚନା କରିଥିଲେ । ଏଥିସହିତ ଜାତୀୟ ଔଷଧ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ ଖୋଲିବା, ରାସଗୋବିନ୍ଦପୁର ଏୟାର ଷ୍ଟ୍ରିପର କାର୍ଯ୍ୟକ୍ଷମ, କୋଷ୍ଟ କେନାଲର ପୁନଃରୁଦ୍ଧାର, ରେଳ ଓ ଡିଫେନ୍ସର ଅତ୍ୟାଧୁନିକ ସରଞ୍ଜାମ ନିର୍ମାଣ ଇଣ୍ଡଷ୍ଟ୍ରି ବାଲେଶ୍ୱରରେ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ଏକ ଅନୁରୋଧ ପତ୍ର ପ୍ରଦାନ କରିଥିଲେ । ଏବଂ ପ୍ରଧାନମନ୍ତ୍ରୀ ତୁରନ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଏ ସବୁ ବିଷୟରେ ଯଥା ଶୀଘ୍ର ଅନୁଧ୍ୟାନ କରି ଏକ ରିପୋର୍ଟ ଦେବା ପାଇଁ ନିଦେ୍ର୍ଦଶ ଦେଇଥିବା ଜଣାପଡିଛି ।