ଖଡ଼ିଆଳ ପାଟଣା କ୍ଷତ୍ରୀୟ ସମାଜର ସ୍ୱନକ୍ଷତ୍ର ଦିବସ
ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଖଡ଼ିଆଳ ପାଟଣା କ୍ଷତ୍ରୀୟ ସମାଜ ଭବନ ପରିସର ସମାଜର ୫୩ ତମ ସ୍ୱନକ୍ଷତ୍ର ଦିବସ କୁଳପତି ଶମ୍ଭୁ କିଶୋର ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଙ୍ଗଠକ ପରମେଶ୍ୱର ବାରିକ ଅତିଥି ମାନଙ୍କୁ ମଞ୍ଚକୁ ଆବାହନ କରିଥିବା ବେଳେ ମୁଖ୍ୟ ସମ୍ପାଦକ ଦିଲ୍ଲୀପ କୁମାର ନାଏକ ସମ୍ପାଦକୀୟ ବିବରଣୀ ସହିତ ମଞ୍ଚ ପରିଚାଳନା କରିଥିଲେ ।
ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ବିଶିଷ୍ଠ ଅତିଥି ଭାବେ କଳାହାଣ୍ଡି ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ମୁଖ୍ୟ ବକ୍ତା ଭାବେ ହୁ୍ୟମେନ ରିସୋର୍ସ ମେନେଜର ବ୍ୟାଙ୍କ ଅଫ ଇଣ୍ଡିଆ ଭୁବନେଶ୍ୱର ମଧୁଛନ୍ଦା ବିଶି, ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରୀୟ କ୍ଷତ୍ରୀୟ ସମାଜ ପୁରୀ ଶ୍ରୀଧର ଜେନା, ସମାଜସେବୀ ନର୍ଲା ପ୍ରମୋଦ ପରିଡା, ସମାଜସେବୀ ଛତିଗୁଡା ଦିଲ୍ଲୀପ କୁମାର ନାଏକ, କଳିଙ୍ଗ ପାଇକ ସେନା ରାଜ୍ୟ ସଭାପତି ଭୈରବ ପ୍ରସାଦ ନାଏକ, କୁଳସୋଦର ରାମପୁର ଶିବାଜୀ ଧଙ୍ଗଡା ମାଝୀ, ପୂର୍ବତନ କୁଳପତି ତ୍ରୟ ଜିତେନ୍ଦ୍ର ସିଂ ବାରିକ, ଜ୍ଞାନ ପ୍ରକାଶ ସିଂ, ବିଜୟ ପ୍ରତାପ ସିଂ ମହାରଥା, ବରିଷ୍ଠ ପରାମର୍ଶ ଦାତା, ନନ୍ଦଲାଲ ବାରିକ, କେତନ ସିଂ ବାରିକ, ଆଶ୍ୱିନୀ କୁମାର ପ୍ରଧାନୀ, ମହେଶ୍ୱର ପ୍ରସାଦ ବାରିକ, ବିଦ୍ୟାଧର ବିଶି, ସଦାନନ୍ଦ ନାଏକ, ଦେବ ସିଂ ନାଏକ, ବିଶ୍ୱମ୍ବର ପ୍ରଧାନ, ରମଣ ସିଂ ବାରିକ, ପ୍ରମୋଦ କୁମାର ଦଣ୍ଡସେନା, ବଳଦେବ ରାଉତ, ତୁଳସାଗର ରାଉତ, ଶ୍ରୀହରୀ ପଣ୍ଡା, ଯୁଗ୍ମ ସମ୍ପାଦକ ଘୁମେଶ ଚଳାନ, ସହ ସଙ୍ଗଠକ ବିଭୁତି ଭୂଷଣ ବିଶି, ଯୁଗ୍ମ ସଙ୍ଗଠକ ଜଗଦୀଶ ବାରିକ, କୋଷାଧ୍ୟକ୍ଷ ଶ୍ରୀବସô ବାରିକ, ସହ କୋଷାଧ୍ୟକ୍ଷ ରାଜକପୁର ବାରିକ ମଞ୍ଚ ଆସୀନ ଥିଲେ । ଝାନସିରାଣୀ ଲକ୍ଷ୍ମୀବାଇ ଖେତ୍ରୀୟାଣୀ ମହିଳା ସଂଗଠନର ଆବାହିକା କାଦମ୍ବିନୀ ପଣ୍ଡା ମହିଳା ମାନଙ୍କ ବିଭିନ୍ନ ଉନ୍ନତି ମୂଳକ ଦିଗ ଉପରେ ଆଲୋକପାତ କରିଥିଲେ । ଏ ଅବସରରେ ସମାଜରେ ପ୍ରସାନିକ କ୍ଷେତ୍ରରେ ସୌରଭ କୁମାର ବିଶି, ସୋନିଆ ଶ୍ରୀ ମଲ୍ଲିକ, ଦିବ୍ୟ ପ୍ରକାଶ ବିଶି, ସୌମ୍ୟରଂଜନ ରାଉତ ସହିତ ଏମବିବିଏସ ପାସ ଆଉଟ ଦେବାଶିଷ କୁମାର ଠାକୁର ଓ ସ୍ୱାଗତ କୁମାର ଦଣ୍ଡସେନାଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟ ସଂପାଦକ ଦ୍ୱୟ ଶୁଶୀଳ କୁମାର ଚଳାନ ଓ ବୃନ୍ଦାବବ ବାରିକ, ହୃଷିକେଶ ଦଣ୍ଡସେନା, ଡ.ସୁଶାନ୍ତ କୁମାର ବିଶି, ତୁମେଶ୍ୱର ଚଳାନ, ହେମନ୍ତ କୁମାର ଦଣ୍ଡସେନା, ରତନ ସିଂ ବାରିକ ସମେତ ୩୦ ଗୋଟି ଅଞ୍ଚଳର ଅଞ୍ଚଳ ସଭାପତି, ଅଞ୍ଚଳ ସମ୍ପାଦକ, କେନ୍ଦ୍ର ସଦସ୍ୟ, ମନୋନୀତ କେନ୍ଦ୍ର ସଦସ୍ୟ ଓ ନିମନ୍ତ୍ରିତ ଶତାଧିକ କ୍ଷତ୍ରିୟ ବନ୍ଧୁ ଉପସ୍ଥିତ ଥିଲେ । ଶେଷରେ ସହ ସଙ୍ଗଠକ ବିଭୁତି ଭୂଷଣ ବିଶି ଧନ୍ୟବାଦ ଅର୍ପଣ କରିଥିଲେ ।