ତତଲା କଡେଇରେ ସାରା ରାଜ୍ୟ

ଭୁବନେଶ୍ୱର : ସାରା ରାଜ୍ୟରେ ପୁଣି ତାପମାତ୍ରା ଉପରମୁହାଁ ହୋଇଛି । ତତଲା କଡେଇରେ ଆଜି ଭାଜି ହୋଇଛନ୍ତି ଲୋକେ । ୧୮ ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା'ଠୁ ଅଧିକ ରେକର୍ଡ କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଆଜି ସବୁଠୁ ଅଧିକ ତାତି ଅନୁଭୂତ ହୋଇଛି । ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧.୪ ଡିଗ୍ରୀ ରହିଛି । ଏହା ତଳକୁ ରହିଛି ଭୁବନେଶ୍ୱର,·ନ୍ଦବାଲି ଓ ନୂଆପଡ଼ା । ଏହି ତିନୋଟି ସହରର ତାପମାତ୍ରା ୪୧.୨ ଡିଗ୍ରୀ ରହିଥିଲା । ପାଣିପାଗ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଥିବା ବେଳେ ଆଗାମୀ ୪ ଦିନ ମଧ୍ୟରେ ଦିନ ତାପମାତ୍ରାରେ ଆହୁରି ୪ରୁ ୬ ଡିଗ୍ରୀ ବଢିବା ସମ୍ଭାବନା ଥିବା କୁହାଯାଇଛି ।
ମାଲକାନଗିରିରେ ତାପମାତ୍ରା ୪୧.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବୌଦ୍ଧରେ ୪୧, ଝାରସୁଗୁଡ଼ାରେ ୪୧, ଟିଟିଲାଗଡ଼ରେ ୪୧,ଜଗତସିଂହପୁରରେ ୪୧, ପାରଳାଖେମୁଣ୍ଡିରେ ୪୧, କେନ୍ଦ୍ରାପଡ଼ାରେ ୪୦.୨, ଦ୍ଭ ୭ ପୃଷ୍ଠାରେ...
ଖୋର୍ଦ୍ଧାରେ ୪୦.୫, ନୟାଗଡ଼ରେ ୪୦.୫, ଭବାନୀପାଟଣାରେ ୪୦, ବଲାଙ୍ଗୀରରେ ୪୦, ଯାଜପୁରରେ ୪୦ ଓ ଭଦ୍ରକରେ ୪୦ ଡିଗ୍ରୀ ରେକର୍ଡ କରାଯାଇଥିଲା । ଅନ୍ୟପକ୍ଷରେ କଟକରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୩୯.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଅନୁଗୁଳରେ ୩୯.୭, ହୀରାକୁଦରେ ୩୯.୬, ଢେଙ୍କାନାଳରେ ୩୯.୬, ସମ୍ବଲପୁରରେ ୩୯.୬, ରାଉରକେଲାରେ ୩୯.୬ ଓ ସୁନ୍ଦରଗଡ଼ରେ ୩୯.୫ ଡିଗ୍ରୀ ସେଲସିୟସ ରହିଥିଲା । ରାଜ୍ୟକୁ ଉତ୍ତର, ଉତ୍ତର-ପଶ୍ଚିମ ଓ ପଶ୍ଚିମ ଦିଗରୁ ଶୁଷ୍କ ପବନର ପ୍ରବାହ ଧୀରେ ଧୀରେ ବଢୁଛି । ଏଥିପାଇଁ ଦିନବେଳା ତାତି ବଢି ·ଲିଛି । ୧୭ ରୁ ୨୦ ତାରିଖ ମଧ୍ୟରେ କିଛି ଜିଲ୍ଲାରେ ୪୩ ରୁ ୪୫ଡିଗ୍ରୀ ଯାଏଁ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଭଳି ପାଣିପାଗ ସ୍ଥିତିକୁ ଲକ୍ଷ୍ୟ କରି ବିଭାଗ ତରଫରୁ ଆଗାମୀ ୫ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ ଜାରି କରାଯାଇଛି ।