ଏନକାଉଣ୍ଟରରେ ୧୦ ମାଓବାଦୀ ନିପାତ
ଛତିଶଗଡ଼ ଗରିଆବନ୍ଦରେ ଏକ ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ଆଜି ବଡ଼ ସଫଳତା ହାସଲ କରଛନ୍ତି ସୁରକ୍ଷା କର୍ମୀ । ଜାନୁଆରୀ ୨୧ ତାରିଖରେ ହୋଇଥିବା ଏହି ଏନ୍କାଉଣ୍ଟର୍ରେ ୧୦ରୁ ଅଧିକ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି । ଗତକାଲି ମଧ୍ୟ ଏକ ଏନକାଉଣ୍ଟରରେ ଦୁଇ ଜଣ ନକ୍ସଲ ନିପାତ ହୋଇଥିଲେ । ଆଜି ପୁଣି ସକାଳେ ଆଉ ୧୦ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ଗରିଆବନ୍ଦ ଡିଆରଜି ଓଡ଼ିଶାର ଏସଓଜି ଏବଂ କୋବ୍ରାର ୨୦୭ ବାଟାଲିୟନ ଏବଂ ସିଆରପିଏଫ ଯବାନଙ୍କ ମିଳିତ ଅପରେସନରେ ଏହି ସଫଳତା ହାସଲ କରିଛନ୍ତି ସୁରକ୍ଷାକର୍ମୀ ।
ଗରିଆବନ୍ଦ ଏସପି ନିଖିଲ ରାଖେଚା, ଓଡ଼ିଶାର ନୂଆପଡ଼ା ଏସପି ରାଘବେନ୍ଦ୍ର ଗୁଣ୍ଡାଲା, ଓଡ଼ିଶାର ଡିଆଇଜି ନକ୍ସଲ ଅପରେସନ୍ସ ଅଖିଳେଶ୍ୱର ସିଂହ ଏବଂ କୋବ୍ରା କମାଣ୍ଡାଣ୍ଟ ଡିଏସ କଥୈତ ଏହି ଅଞ୍ଚଳ ଉପରେ ଏବେ କଡ଼ା ନଜର ରଖିଛନ୍ତି ।