ସ୍କୁଲରୁ ଚୋରି, ଥାନାରେ ମାମଲା

 ବୈଶିଙ୍ଗା : ବୈଶିଙ୍ଗା ଥାନା ଅଧୀନ ପୁରୁଣିଆ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲରୁ ଇନ୍ଭର୍ଟର, ବ୍ୟାଟେରୀ, ମାଇକ ବକ୍ସ ସହ ଟଙ୍କା ଚୋରି ହୋଇଥିବା ନେଇ ବୈଶିଙ୍ଗା ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । ପ୍ରକାଶ ଯେ, ବର୍ତ୍ତମାନ ସ୍କୁଲମାନଙ୍କରେ ଗ୍ରୀଷ୍ମ ଅବକାଶ ଚାଲିଥିବା ବେଳେ କେବଳ ରୋଷ୍ଟର ଡୁ୍ୟଟି ମାଧ୍ୟମରେ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ସ୍କୁଲରେ ଡୁ୍ୟଟି କରୁଛନ୍ତି । ଏହାର ସୁଯୋଗ ନେଇ କିଛି ଲୋକ ସ୍କୁଲରେ ଥିବା ମୂଲ୍ୟବାନ ସାମଗ୍ରୀ ଚୋରି କରି ନେଉଥିବାର ଅନେକ ନଜିର ରହିଛି । ଅନୁରୂପ ଭାବେ ବୈଶିଙ୍ଗା ଥାନା ଅଧୀନ ପୁରୁଣିଆ ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲରେ ପ୍ରଧାନଶିକ୍ଷୟିତ୍ରୀଙ୍କ ସମେତ ସମସ୍ତ ସହକାରୀ ଶିକ୍ଷକଶିକ୍ଷୟିତ୍ରୀ ଶନିବାର ଡୁ୍ୟଟି ସାରି ସ୍କୁଲରେ ତାଲା ମାରି ଘରକୁ ଯାଇଥିଲେ । ଏହା ପରେ ରବିବାର ଏବଂ ସୋମବାର ଛୁଟିଥିବା କାରଣରୁ ବିଦ୍ୟାଳୟ ଖୋଲା ଯାଇନଥିଲା । ତେବେ ମଙ୍ଗଳବାର ସକାଳେ ସ୍କୁଲର ସହକାରୀ ଶିକ୍ଷକ ମମତା ଦାସ କାର୍ଯ୍ୟାଳୟ ଖୋଲିବା ବେଳକୁ ଆଲମିରା ଭଙ୍ଗା ଯିବା ସହ ୨ଟି ବ୍ୟାଟେରୀ, ୧ଟିଏ ଇନ୍ଭର୍ଟର, ମାଇକ ବକ୍ସ ଚୋରି ହୋଇଥିବାର ଦେଖିବାକୁ ପାଇଥିଲେ । ଏହା ସହ କାର୍ଯ୍ୟାଳୟର ଅନ୍ୟ ଏକ କବାଟର ତାଲା ଭାଙ୍ଗି ଅନ୍ୟ ଗୋଟିଏ ତାଲା ପଡିଥିବାର ଦେଖିଥିଲେ । ଏ ନେଇ ସଙ୍ଗେ ସଙ୍ଗେ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଲକ୍ଷ୍ମୀ ସାହୁ ଏବଂ ପରିଚାଳନା କମିଟି ସଦସ୍ୟ ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେ । ସୂଚନା ପାଇ ବୈଶିଙ୍ଗା ଥାନାର ଏଏସ୍ଆଇ ବୋଇତ ବେହେରା ଘଟଣାସ୍ଥଳରେ ପହଞ୍ଚô ତଦନ୍ତ ଆରମ୍ଭ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଲକ୍ଷ୍ମୀ ସାହୁ ବୈଶିଙ୍ଗା ଥାନାରେ ପହଞ୍ଚô ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ବୈଶିଙ୍ଗା ପୁଲିସ ତଦନ୍ତ ଚଳାଇଥିବା ଜଣାଯାଇଛି ।