ଗାଁ କଲ୍ୟାଣ ସମିତି ପକ୍ଷରୁ ସଫେଇ କାର୍ଯ୍ୟ

 ବରୀ :  ବରୀ ଭଅଁରା ଗ୍ରାମର ୬ ନମ୍ବର ୱାର୍ଡର ନଦୀବନ୍ଧ ଠାରୁ ହନୁମାନ ଠାକୁରଙ୍କ ନିକଟ ମୁଖ୍ୟ ରାସ୍ତାରେ ଅନାବନା ଗଛ ଉଭୟ ପାର୍ଶ୍ୱ ଉଠି ରାସ୍ତା ସଂକୁଚିତ ହେବା ଯାତାୟତ ଘୋର ଅସୁବିଧା ହୋଇଥିଲା । ଗାଁ କଲ୍ୟାଣ ସମିତି ଭଅଁରା ପକ୍ଷରୁ ରାସ୍ତାର ଉଭୟ ପାର୍ଶ୍ୱକୁ ସଫା କରାଯାଇଛି । ଯାହାଫଳରେ ଲୋକମାନେ ରାସ୍ତାରେ ଯାତାୟତ କରିପାରିବେ ।