ପବିତ୍ର ଓ ସୁଚିତ୍ରାଙ୍କୁ ‘ଅକ୍ଷର ଦମ୍ପତି’ ସମ୍ମାନ
ବାଲେଶ୍ୱର : ପ୍ରଜାପତି ସାହିତ୍ୟ ଶାଖା ଅକ୍ଷର ପକ୍ଷରୁ ଆୟୋଜିତ ‘ସୃଜନ ସମ୍ପର୍କ’ କାର୍ଯ୍ୟକ୍ରମରେ ପ୍ରଥମ ‘ଅକ୍ଷର ଦମ୍ପତି-୨୦୨୫’ ସମ୍ମାନ ପ୍ରଦାନ କରାଯାଇଛି । ପ୍ରଜାପତିର ପ୍ରତିଷ୍ଠାତା କବି ପ୍ରଶାନ୍ତ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବକୁ ବାଲେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସଂଜୟ କୁମାର ଦେ ଉଦ୍ଘାଟନ କରିଥିଲେ । ଲେଖକ ଦମ୍ପତ୍ତି କଥାକାର ପବିତ୍ର ପାଣିଗ୍ରାହୀ ଓ ସୁଚିତ୍ରା ପାଣିଗ୍ରାହୀ ଏକ ଭାବମୟ ପରିବେଶ ଭିତରେ ପ୍ରଥମ ‘ଅକ୍ଷର ଦମ୍ପତି’ ସମ୍ମାନ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥିଭାବେ କବି ଶ୍ରୀଦେବ, କଥାକାର ଓ କବି ଗଙ୍ଗାଧର ବିଶ୍ୱାଳ, କବି ଓ ସଂପାଦକ କୃଷ୍ଣକୁମାର ମହାନ୍ତି, କବି ଶୁଭେନ୍ଦୁ ଦାସ, କବି ଉତ୍ପଳ ମହାନ୍ତି, କବି ଓ ଆଲୋଚକ ଡ. ସନ୍ତୋଷ ନାୟକ, ପାଠକ ଓ ଆଲୋଚକ ଶଶିରଂଜନ ମଲ୍ଲିକ, କବି ଅଭୟ ଦାସ, ଔପନ୍ୟାସିକ ଚିତ୍ତରଞ୍ଜନ ଚିରଞ୍ଜିତ ପ୍ରମୁଖ ଯୋଗ ଦେଇଥିଲେ । ଅକ୍ଷରର ଆବାହକ ବିପ୍ଳବ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସଂପାଦକ ରାଜେଶ ଗିରି ଉତ୍ସବ କଥା ରଖିଥିଲେ । ସଂଯୋଜକ କବି ମଧୁସୂଦନ ମିଶ୍ର ‘ସୃଜନ ସମ୍ପର୍କ’ ଆୟୋଜନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସରସ୍ୱତୀ ଭୋଇ, ପ୍ରତିମା ତି୍ରପାଠୀ, ରଶ୍ମି ସ୍ୱାଇଁ, ସୁଜାତା ଦାସ ଓ ରଶ୍ମିତା ଆଚାର୍ଯ୍ୟ ଲେଖକ ଦମ୍ପତିକୁ ‘ଅକ୍ଷର ଉପହାର’ ପ୍ରଦାନ କରିଥିଲେ । ପାର୍ଥସାରଥୀ ସାହୁ ଓ ଅମରଜିତ ଦାସ ଲେଖକୀୟ ପରିଚୟ ପଠନ କରିଥିଲେ । ଶେଷରେ ସନ୍ତୋଷ ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ ।