ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଶୁଭାରମ୍ଭ

 ନବରଙ୍ଗପୁର:  ଆଜି ସ୍ଥାନୀୟ ମିଶନ ଶକ୍ତି ପରିସରରେ ନବରଙ୍ଗପୁର ଜିଲ୍ଲାର ୧୩୦ ଜଣ ତୀର୍ଥଯାତ୍ରୀ  କୋଲକାତା ଓ କାମାକ୍ଷାକୁ ତୀର୍ଥଯାତ୍ରା ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟଅତିଥି ରୂପେ ବିଧାୟକ ଡ଼ାବୁ ଗାଁ ମନୋହର ରାନ୍ଧାରି ଯୋଗ ଦେଇ ତୀର୍ଥଯାତ୍ରୀଙ୍କ  ଶୁଭମନାସି ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବର୍ମନ୍,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥି ଗଣ ତୀର୍ଥଯାତ୍ରୀମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନା ରେ ପଞ୍ଜୀକୃତ ବିଭିନ୍ନ ବ୍ଲକରୁ ଆସିଥିବା ବରିଷ୍ଠ ନାଗରିକଙ୍କ ଆଜି ସକାଳେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଯାତ୍ରା ପାଇଁ ଯୋଗ୍ୟ ବିବେଚିତ କରାଯାଇଥିଲା । ୪ ଟି ବସ ଯୋଗେ ତୀର୍ଥଯାତ୍ରୀମାନେ ଆଜି ରାୟଗଡ଼ା ଅଭିମୁଖେ ଯାତ୍ରା କରିଛନ୍ତି । ଆସନ୍ତା କାଲି ରାୟଗଡ଼ା ଷ୍ଟେସନରୁ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିବେ । ଏହି ତୀର୍ଥଯାତ୍ରୀମାନେ ଆସନ୍ତା ୨୩ ତାରିଖ ଦିନ ପ୍ରତ୍ୟାଗମନ କରିବେ । ତୀର୍ଥଯାତ୍ରୀ ମାନଙ୍କ ରହିବା, ଖାଇବା ଓ ଅନ୍ୟାନ୍ୟ ସମସ୍ତ ସୁବିଧା ପାଇଁ ୫ ଜଣ ନୋଡାଲ ଅଧିକାରୀ ଭାବରେ ପିଇଟି ଶିକ୍ଷକମାନଙ୍କୁ ନିଯୁକ୍ତ କରାଯାଇଛି । ଏହି ସମାରୋହରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଧାଂଶୁ ପାତ୍ର, ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଘାସିଆ ହରିଜନ, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ଉପସ୍ଥିତ ରହି ସହଯୋଗ କରିଥିଲେ ।