ଫାଇଲେରିଆ ନିରାକରଣ ପାଇଁ ସାମୂହିକ ଔଷଧ ସେବନ 

ବରୀ :   ଫାଇଲେରିଆ ନିରାକରଣ ନିମନ୍ତେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ବରୀ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଶୁଭାରମ୍ଭ ହେଇଥିଲା । ଏଥିରେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିସôା ଅଧିକାରୀ ଡାକ୍ତର ସବ୍ୟସାଚୀ ଦାସ, ଡାକ୍ତର ଶଶୀକାନ୍ତ ସାହୁ, ପିଏଚଓ ପ୍ରଫୁଲ କୁମାର ନାୟକ, ବିପିଓ ପବିତ୍ର ଗୌରବ ଦାସ, ଭିବିଡିଟିସ ବନ୍ଦନା ପ୍ରିୟ ଦର୍ଶନୀ ସାମଲ ପ୍ରମୁଖ ଉପସ୍ଥିତ ରହିଥଲେ । ଲୋକମାନଙ୍କୁ ସାମୂହିକ ଔଷଧ ସେବନ କରିଥିଲେ । ସେହିପରି ଚନ୍ଦନପୁର ସବ୍ସେଣ୍ଟରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଡାକ୍ତର ସବ୍ୟସାଚୀ ଦାସ, ସିଏଚଓ ଅର୍ପିତା ଶାନ୍ତି, ପାସୋଲା ସ୍ୱାଇଁ, ଏନ୍ଏମ୍ ତପସ୍ୱିନୀ ସାମଲ ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି ରନôଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅନୁଷ୍ଠିତ କାର୍ଯ୍ୟକ୍ରମରେ ଫର୍ମାସିଷ୍ଠ ସୁରେଶ ଦାସ, ଏନଏମ ଜୟନ୍ତୀ ଘଡାଇ, ଏଲଟି ପ୍ରିୟ ରଞ୍ଜନ ବାରିକ ସହିତ ଆଶା, ଅଙ୍ଗନବାଡି କର୍ମୀ ମାନେ ଉପସ୍ଥିତ ଥିଲେ  । ଏହି କାର୍ଯ୍ୟକ୍ରମ ଆଗାମୀ ୧୦ ଦିନ ଧରି ଅନୁଷ୍ଠିତ ହେବା ସହିତ ଏଥିରେ ୧୬୫୭୨୫ ଜଣଲୋକ ବଟିକା ଖାଇବେ ବୋଲି ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିସôା ଅଧିକାରୀ ଡାକ୍ତର ଦାସ ସୂଚନା ଦେଇଛନ୍ତି ।