ଗୋଟିଏ ମ୍ୟାଚରେ ୩ ସୁପର ଓଭର!

 ନୂଆଦିଲ୍ଲୀ : ପ୍ରଥମଥର କ୍ରିକେଟ ଇତିହାସରେ ଦେଖିବାକୁ ମିଳିଛି ଏକ ମଜାଦାର ଘଟଣା । ଗୋଟିଏ ମ୍ୟାଚରେ ଖେଳାଯାଇଛି ୩ଟି ସୁପର ଓଭର । ଯାହାକୁ କ୍ରିକେଟପ୍ରେମୀ ମାନେ ‘ସୁପର ମ୍ୟାଚ’ ବୋଲି କହୁଛନ୍ତି । ଗତ ସୋମବାର ନେଦରଲ୍ୟାଣ୍ଡ ଓ ନେପାଳ ମଧ୍ୟରେ ଖେଳାଯାଇଥିଲା ଏହି ରୋମାଞ୍ଚକର ଟି-ଟ୍ୱେଣ୍ଟି ମ୍ୟାଚ୍  । ଯେଉଁଥିରେ ଖେଳାଯାଇଥିଲା ୩ଟି ସୁପର ଓଭର । ଯାହା କ୍ରିକେଟ ଇତିହାସରେ ପ୍ରଥମ । ତିନିଟି ସୁପରଓଭର ପରେ ନେଦରଲ୍ୟାଣ୍ଡ ନେପାଳକୁ ପରାଜିତ କରିଥିଲା  । ସ୍କଟ୍ଲ୍ୟାଣ୍ଡ୍ରେ ସ୍କଟ୍ଲ୍ୟାଣ୍ଡ୍-ନେପାଳ-ନେଦରଲ୍ୟାଣ୍ଡ ମଧ୍ୟରେ ତ୍ରିକୋଣୀୟ ସିରିଜ୍ ଖେଳାଯାଉଛି  । ଏହି ସିରିଜ୍ର ଏକ ମ୍ୟାଚ୍ ଗ୍ଲାସ୍ଗୋ ଷ୍ଟାଡିୟମରେ ଖେଳାଯାଉଥିଲା  । ସୋମବାର ଖେଳାଯାଇଥିବା ମ୍ୟାଚ୍ରେ ନେଦରଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ ୧୫୨ ରନ୍ କରିଥିଲା  । ନେଦରଲ୍ୟାଣ୍ଡର ବିକ୍ରମଜିତ ସିଂ ଓ ନିଦାମାନୁରୁଙ୍କ ଦାୟିତ୍ୱପୂର୍ଣ୍ଣ ଇନିଂସ ବଳରେ ମଧ୍ୟ ୧୫୨ ରନ୍ କରି ନେଇଥିଲା  । ଫଳରେ ମ୍ୟାଚରେ ସୁପର ଓଭର ଖେଳାଯାଇଥିଲା । ପରେ ଗୋଟିଏ ପରେ ଗୋଟିଏ ୩ଟି ସୁପରଓଭର ଖେଳାଯାଇଥିଲା । ପ୍ରଥମ ଥର ପାଇଁ କୌଣସି ପୁରୁଷ ଟି-ଟ୍ୱ୍ୱେଣ୍ଟି ମ୍ୟାଚ୍ରେ ତିନିଟି ସୁପରଓଭର ଖେଳାଯାଇଥିଲା  । ୩ ଥର ବିଜୟଦ୍ୱାରକୁ ଆସି ବି ନେପାଳ ପରାଜୟ ବରଣ କରିଥିଲା । ପ୍ରଥମ ସୁପରଓଭରରେ ନେପାଳ ୧୯ ରନ୍ କରିଥିଲା  । ଜବାବରେ ମ୍ୟାଚ୍ର ଶେଷ ବଲ୍ରେ ମ୍ୟାଚ୍ ବରାବର କରିନେଇଥିଲା ନେଦରଲ୍ୟାଣ୍ଡ  । ଏହାପରେ ଦ୍ୱିତୀୟ ସୁପରଓଭର ନେଦରଲ୍ୟାଣ୍ଡ ୧୭ ରନ୍ କରିଥିଲା  । ହେଲେ ନେପାଳର ଦୀପେନ୍ଦ୍ର ସିଂ ହାରି ଶେଷ ବଲ୍ରେ ଛକା ମାରି ପୁଣି ମ୍ୟାଚ୍କୁ ବରାବର କରି ଦେଇଥିଲେ  । ତୃତୀୟ ସୁପରଓଭରରେ ନେଦରଲ୍ୟାଣ୍ଡ ବୋଲର ନେପାଳର ଦୁଇଟି ବ୍ୟାଟରଙ୍କୁ ଖାତା ଖୋଲିବା ପୂର୍ବରୁ ହିଁ ଆଉଟ୍ କରି ଦେଇଥିଲେ  । ମାତ୍ର  ୧ ରନ୍ କରି ଏହି ମ୍ୟାଚ୍କୁ ଜିତି ନେଇଥିଲା ନେଦରଲ୍ୟାଣ୍ଡ  ।