ଆର୍ଯ୍ୟବ୍ରତଙ୍କୁ ବ୍ରୋଞ୍ଜ ପଦକ
ଭଣ୍ଡାରିପୋଖରୀ : ପୁଣି ଚମକିଛନ୍ତି ଭଣ୍ଡାରି ପୋଖରୀ ବ୍ଲକ ମହେଶପୁର ଗ୍ରାମର ସମାଜସେବୀ ଉକôଳ କେଶରୀ ବିଶ୍ୱାଳଙ୍କ ସୁପତ୍ର ଆର୍ଯ୍ୟବ୍ରତ ଆର୍ଯ୍ୟବ୍ରତ । ସୂଚନା ମୁତାବକ ଉତ୍ତରାଖଣ୍ଡ ଡେରାଡୁନ ଠାରେ ଯୁବ କନିଷ୍ଠ ଓ ଉପ କନିଷ୍ଠ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ ଓଡିଶା ଟିମ୍ ଦଳଗତ ଭାବେ ୯ ଗୋଟି ପଦକ ହାସଲ କରିଛି । ତନ୍ମଧ୍ୟରୁ ଆର୍ଯ୍ୟବ୍ରତ କନିଷ୍ଠ ବାଳକ ୬୮ କେଜି ଫାଇଟିଙ୍ଗରେ ଅଂଶଗ୍ରହଣ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଆୟୋଜକ କମିଟି ପକ୍ଷରୁ ତାଙ୍କୁ ମାନପତ୍ର ସହିତ ପଦକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜଣାଯାଇଛି । ପଞ୍ଚାୟତ ସହିତ ଗାଁ ସାହି ପଡିଶା ଓ ସହପାଠୀ ତଥା ସାଙ୍ଗସାଥୀ ମାନେ ଯୁବ ପ୍ରତିଭା ସମ୍ପନ୍ନ ଆର୍ଯ୍ୟବ୍ରତଙ୍କୁ ସ୍ୱାଗତ ଜଣାଇଛନ୍ତି ।